ମୋଦୀଙ୍କୁ ଭେଟିଲେ ନବୀନ; କହିଲେ କୌଣସି ରାଜନୈତିକ ଆଲୋଚନା ହୋଇନି, ହେଲେ ୪ଟି ଦାବି ରଖିଛି ଓଡ଼ିଶା


ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଲାଗିରହିଥିଲା। ତୃତୀୟ ସାମୁଖ୍ୟରେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବିରୋଧୀ ସାମୁଖ୍ୟ ନେଇ ଉଠୁଥିବା ପ୍ରଶ୍ନ ଉପରେ ବିରାମ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ଥିଲା । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ୪ଟି ଦାବି ରଖିଛି ଓଡ଼ିଶା । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ, ଭାରତ ନେଟ୍ ଫେଜ୍-୨ରେ ଓଡ଼ିଶାକୁ ସାମିଲ, ଅସଂପୂର୍ଣ୍ଣ ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଶୀଘ୍ର ଶେଷ କରିବା, ଓଡ଼ିଶାର ୩,୯୫୪ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଦାବି କହଛନ୍ତି ନବୀନ ।