ଭୀମଭୋଇ ନଗର ରେ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ


ସମ୍ବଲପୁର:ସମ୍ବଲପୁର ନଗରର ଭୀମ ଭୋଇ ନଗର ସ୍ଥିତ ଭୀମଭୋଇ ସାହିତ୍ୟ ସଂସଦ ଆନୁକୁଲ୍ୟ ରେ ୨୫ତମ ବାର୍ଷିକୋତ୍ସବ ଓ ସନ୍ଥ କବି ଭୀମଭୋଇ ଙ୍କ ଜୟନ୍ତୀ ସୋମବାର ଦିନ ପାଳିତ ହୋଇଥିଲା । ଅନୁଷ୍ଠାନ ର ସଭାପତି ନୌବିହାରୀ ପ୍ରଧାନ ଙ୍କ ପୌରହିତ୍ଵ ରେ ଅନୁଷ୍ଠିତ ସମାରୋହ ରେ ମୁଖ୍ୟଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଯୋଗଦେଇ ଭୀମଭୋଇ ଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସହିତ ଭୀମଭୋଇ ସାହିତ୍ୟ ସଂସଦ ରହି ପଦକ୍ଷେପ କୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଡ଼ଃ ଦ୍ଵାରିକାନାଥ ନାୟକ ଯୋଗ ଦେଇ ସାମାଜିକ ପରିବର୍ତ୍ତନ ଓ ଧର୍ମ ସଂସ୍ଥାପନା ରେ ଭୀମ ଭୋଇ ଙ୍କ ଭୂମିକା ତଥା ତାଙ୍କ କାବ୍ୟକବିତା ରେ ଆଧୁନିକତା ସମ୍ପର୍କରେ ଆଲୋଚନା କରିବା ସହିତ କହିଥିଲେ ଯେ ସ୍କୃତି ଚିନ୍ତାମଣି ହେଉଛି ମହିମା ଧର୍ମର ବର୍ଣ୍ଣବୋଧ । ଏହି ସମାବେଶ ରେ ଦିବ୍ୟାଙ୍ଗ ଛାତ୍ର କଳାକାର ସୁମନ୍ତ ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ୨୦୨୫ ମେଟ୍ରିକ୍ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ୍ ରଖିଥିବା ଜି ସିରିଶା, ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରଧାନ,ସାଇଶାମାଝୀ ଓ ସୁହାନା ନାୟକ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସମ୍ପାଦକ ସରୋଜ ପଟ୍ଟନାୟକ ବିବରଣୀ ପାଠ କରିଥିବା ବେଳେ ସହଦେବ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗଙ୍ଗଦେବ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।