Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଛ କହିଥିଲେ ଟ୍ରମ୍ପ, ପୋଲ ଖୋଲିଲେ ମୋଦୀ

ଅସ୍ତ୍ରବିରତିରେ ଟ୍ରମ୍ପଙ୍କ ଭୂମିକା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ମୋଦୀ | ଅସ୍ତ୍ରବିରତି ପଛର ସତ୍ୟତାକୁ ନେଇ ଆଜି ମୋଦୀଙ୍କ ବୟାନ ପରେ ଟ୍ରମ୍ପଙ୍କ ମିଛ ପଦାରେ ପଡିଛି | ଆଜି ମୋଦୀ କହିଛନ୍ତି ଯେ ଭାରତୀୟ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରଗୁଡ଼ିକ ସଠିକତାର ସହିତ ଆକ୍ରମଣ କରିଥିଲେ।

ସେମାନେ ପାକିସ୍ତାନୀ ବାୟୁସେନାର ଏୟାରବେସ୍ଗୁଡ଼ିକୁ ବିପୁଳ କ୍ଷତି ପହଞ୍ଚାଇଥିଲେ, ଯାହା ଉପରେ ପାକିସ୍ତାନ ବହୁତ ଗର୍ବ କରୁଥିଲା। ପ୍ରଥମ ତିନି ଦିନରେ ଭାରତ ପାକିସ୍ତାନର ଏତେ ଧ୍ୱଂସ କରିଥିଲା, ଯାହା ସେ କଳ୍ପନା ମଧ୍ୟ କରିନଥିଲା। ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନ ଦ୍ୱାରା ପଠାଯାଇଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ପାକିସ୍ତାନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତ ପାକିସ୍ତାନର ଛାତିରେ ଯୁଦ୍ଧ କରିଥିଲା।”

ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଖସିଯିବାର ଉପାୟ ଖୋଜିବା ଆରମ୍ଭ କରିଥିଲା ​​ଏବଂ ପରାସ୍ତ ହେବା ପରେ, ମେ ୧୦ ତାରିଖ ଅପରାହ୍ନରେ, ପାକିସ୍ତାନୀ ସେନା ଆମର ଡିଜିଏମଓଙ୍କ ସହିତ ଯୋଗାଯୋଗ କରିଥିଲା।”ଯେତେବେଳେ ପାକିସ୍ତାନ ପକ୍ଷରୁ ଏକ ନିବେଦନ କରାଯାଇଥିଲା ଏବଂ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ଏହା ଭବିଷ୍ୟତରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହେବ ନାହିଁ କିମ୍ବା ସାମରିକ ସାହସ ପ୍ରଦର୍ଶନ କରିବ ନାହିଁ, ସେତେବେଳେ ଭାରତ ମଧ୍ୟ ଏହାକୁ ବିଚାର କରିଥିଲା। ଏହାପରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା |

ବାସ୍ତବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଆଲୋଚନା ପରେ ଭାରତ ଏବଂ ପାକିସ୍ତାନ ତୁରନ୍ତ ତଥା ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟରେ ଟ୍ରମ୍ପ୍ ଘୋଷଣା କରିଥିଲେ, ‘ଆମେରିକାର ମଧ୍ୟସ୍ଥତାରେ ରାତିସାରା ଆଲୋଚନା ପରେ ମୁଁ ଖୁସିରେ ଘୋଷଣା କରୁଛି ଯେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାର୍ ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସହ ଆଲୋଚନା କରିଥିଲେ ବୋଲି ଟ୍ରମ୍ପ ଉଲ୍ଲେଖ କରିଥିଲେ | କିନ୍ତୁ ମୋଦୀଙ୍କ ଭାଷଣ ପରେ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନର ଗୁହାରି ପରେ ହିଁ ଭାରତ ଅସ୍ତ୍ରବିରତି ନେଇ ବିଚାର କରିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ