ଭାରତ-ପାକିସ୍ତାନ ଇଣ୍ଟର ନ୍ୟାଶନାଲ ବର୍ଡର ଠାରୁ ୧୦୪ କି.ମି. ଦୂରରେ କରାଚୀ ନଂ-୫ ନ୍ୟାଶନାଲ ହାଇଓ୍ବେ । ସ୍ଥାନୀୟ ଅଞ୍ଚଳରେ ଏହା କରାଚୀ ମୋଡ୍ ଭାବେ ଜଣାଶୁଣା । ଆଉ ଏହି ସ୍ଥାନରେ ହିଁ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ। ଜୈଶ ମୁଖ୍ୟ ମସୁଦ ଅଝହର ଏଠାରେ ଆତଙ୍କବାଦୀଙ୍କୁ ରିକ୍ରୁଟମେଣ୍ଟ ଠାରୁ ଆରମ୍ଭ କରି ଟ୍ରେନିଂ ଏବଂ ଲଞ୍ଚ କରିଥାଏ ।
ପରେ ଭାରତ ବିରୋଧୀରେ ଷଡ଼ଯନ୍ତ୍ର ରଚି ନିର୍ଦ୍ଦୋଷ ଲୋକଙ୍କୁ ଟାର୍ଗେଟ୍ କରିଥାଏ ।
ମୁଖ୍ୟାଳୟରେ ୬୦୦ରୁ ଅଧିକ ଆତଙ୍କୀ ଥିଲେ:
ମେ’ ୭ ତାରିଖରେ ଭାରତୀୟ ସେନା ବାହାଓ୍ବଲପୁରରେ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ଅପରେସନ ସିନ୍ଦୂରରେ ଟାର୍ଗେଟ୍ କରିଥିଲା । ଏହି ସ୍ଥାନରେ ମୌଲାନା ମସୁଦ ଅଝହର, ତା’ ଭାଇ ଅବ୍ଦୁଲ ରଫ୍ ଅସଗର, ମୌଲାନା ଅମ୍ମାର ଏବଂ ପରିବାର ଲୋକ ରହୁଥିଲେ । ମସୁଦ ଅଝହର ଅଧିକାଂଶ ସମୟ ଏହି ସ୍ଥାନରେ ହିଁ ବିତାଇ ଥାଏ । ଜୈଶର ଏହି ଆକ୍କା ମାନଙ୍କ ଛଡ଼ା ସଂଗଠନର ପ୍ରାୟ ୬୦୦ରୁ ଅଧିକ କ୍ୟାଡର୍ସଙ୍କ ଘର ଏହି ସ୍ଥାନ ଥିଲା । ଜୈଶ-ଏ-ମହମ୍ମଦର ମୁଖ୍ୟ ନୀରିକ୍ଷକ ମୌଲାନା ରଫିକୁଲ୍ଲାହ ୨୦୨୨ ମସିହା ପରେ ଏହି ମୁଖ୍ୟାଳୟ ରହିଆସୁଥିଲା । ଭାରତୀୟ ସେନା ଧ୍ବଂସ କରିଥିବା ଆତଙ୍କୀ ହେଡ୍ କ୍ବାର୍ଟର ୨୦୧୫ ମସିହାରେ ତିଆରି ହୋଇଥିଲା ।
ଆତଙ୍କୀ ହେଡ୍ କ୍ବାର୍ଟରକୁ ଗଲ୍ଫ ଦେଶରୁ ଚାନ୍ଦା ମିଳୁଥିଲା:
ଜୈଶ-ଏ-ମହାମ୍ମଦର ମୁଖ୍ୟାଳୟକୁ ନିର୍ମାଣ କରିବାକୁ ମୌଲାନା ମସୁଦ ଅଝହର ଚାନ୍ଦା ଆଦାୟ କରିଥିଲେ । ଆତଙ୍କୀ ସଂଗଠନର ହେଡ୍ କ୍ବାର୍ଟର ପାଇଁ ଗଲ୍ଫ ଦେଶ ଓ କିଛି ଆଫ୍ରିକୀୟ ଦେଶ ସହଯୋଗର ହାତ ବଢ଼ାଇଥିଲେ । ଏହା ଭିତରେ ଜିମ୍ ସେଣ୍ଟର ସହିତ ସ୍ବିମିଂ ପୁଲ୍ର ବ୍ୟବସ୍ଥା ମଧ୍ୟ ରହିଛି । ଏଠାରେ ଆତଙ୍କୀ ଟ୍ରେନିଂ ଦିଆଯାଇଥାଏ । ଏହାସହିତ ତିରନ୍ଦାଜୀ ତାଲିମ ମଧ୍ୟ ଦିଆଯାଏ । ୨୦୨୪ ନଭେମ୍ବର ୩୦ ତାରିଖରେ ମୌଲାନା ମସୁଦ ଅଝହର ଶେଷ ଥର ପାଇଁ ଏଠାକୁ ଆସିଥିଲା ଏବଂ କ୍ୟାଡର୍ସଙ୍କୁ ସମ୍ବୋଧିତ କରିଥିଲା । ଏହା ପୂର୍ବରୁ ୨୦୨୨ରେ ମୁଖ୍ୟାଳୟକୁ ଆସିଥିଲା ମସୁଦ ଅଝହର ।
ଶୁଭାନହ୍ଲା ହେଡ୍ କ୍ବାର୍ଟର ଦ୍ବିତୀୟ ସ୍ଥାନରେ ରହିଛି:
ଜୈଶ-ଏ-ମହାମ୍ମଦର ସବୁଠୁ ବଡ଼ ଟେରର କ୍ୟାମ୍ପ ବାବଦରେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ପୂର୍ବରୁ ସୂଚନା ରହିଥିଲା । ପହଲଗାମ ହମଲା ପରେ ଏହି ସବୁ ଟ୍ରେନିଂ କ୍ୟାମ୍ପ ଗୁଡ଼ିକ ଭାରତୀୟ ସେନା ଟାର୍ଗେଟ୍ କରିଥିଲା । ଲସ୍କର ମୁରିଦେକ କ୍ୟାମ୍ପ ପରେ ଜୈଶର ଶୁଭାନହ୍ଲା ଟେରର କ୍ୟାମ୍ପ ଦ୍ବିତୀୟ ସ୍ଥାନରେ ଥିଲା । ଅପରେସନ ସିନ୍ଦୂରରେ ସବୁଠୁ ମୁସ୍କିଲ୍ ଟାର୍ଗେଟ୍ ଥିଲା ବାହାଓ୍ବଲପୁର କ୍ୟାମ୍ପ । କାରଣ ଏହି ସ୍ଥାନ ଇଣ୍ଟର ନ୍ୟାଶନାଲ ବର୍ଡର ଠାରୁ ୧୦୪ କିଲୋମିଟର ପାକିସ୍ତାନ ଭିତରରେ ଥିଲା । ରାଫେଲ୍ ଯୁଦ୍ଧ ବିମାନରେ ମିସାଇଲକୁ ଲେସ୍ କରାଯାଇ ଟାର୍ଗେଟକୁ ହିଟ୍ କରିଥିଲା ସେନା । ଏହି ଆକ୍ସନରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଥିଲେ ।
ଆକ୍ରମଣ ସମୟରେ ମୁଖ୍ୟାଳୟରେ କିଏ କିଏ ଥିଲେ ?
ଭାରତୀୟ ସେନା ବାହାଓ୍ବାଲପୁର ଆତଙ୍କୀ କ୍ୟାମ୍ପକୁ ହମଲା କରି ଧ୍ବସ୍ତ କରି ଦେଇଛି । ଏବେ ପ୍ରଶ୍ନ ଉଠୁଛି ଆକ୍ରମଣ ବେଳେ ଏହି ସ୍ଥାନରେ କିଏ କିଏ ଥିଲେ ? ମେ’ ୭ ତାରିଖରେ ପକିସ୍ତାନରେ ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ଜନାଜା ପଢ଼ା ଯାଉଥିଲା । ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍, ସେନା ମୁଖ୍ୟ ଆସିଫ୍ ମୁନିର, ମୌଲାନା ଅସୁଦ ଅଝହର ଉପସ୍ଥିତ ଥିଲେ । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଭାରତୀୟ ସେନାର ଆକ୍ସନରେ ଆତଙ୍କୀ ସଂଗଠନର କିଛି ଖାସ୍ ଲୋକଙ୍କୁ ମୃତ୍ୟୁ ହୋଇଛି । ମସୁଦ ଅଝହର ମଧ୍ୟ ନିଜ ବୟାନରେ କହିଛନ୍ତି, ଆତଙ୍କୀ ମୁଖ୍ୟାଳୟ ହମଲାରେ ତା’ର ପରିବାର ପ୍ରାୟ ୧୦ଜଣ ପ୍ରାଣ ହରାଇଛନ୍ତି ।