Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଅଧିକାରୀଙ୍କ କଲମ ଛାଡ ଆନ୍ଦୋଳନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ବୀରମହାରାଜପୁର ବିଧ୍ୟାୟକ ରଘୁନାଥ ଜଗଦଲା ଙ୍କ ଉପସ୍ଥିତ ରେ ଦଳିୟ କର୍ମୀ ମନେ ବିନିକା ବ୍ଲକ କନିଷ୍ଠ ଯନ୍ତ୍ରୀ ଭୋଜରାଜ ମେହେର ଙ୍କୁ ଅଶାଳୀନ ଭାଷା ରେ ଗାଳି କରିବା ଏବଂ ମାଡ ମାରିବା ଘଟଣା ରେ ବିନିକା ଥାନା ରେ ମାମଲା ରୁଜୁ ହେବା ସହ ସେମାନଙ୍କୁ ଗିରଫ କରାଯିବାକୁ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଜି ଜିଲ୍ଲା ସାରା ଛଅ ଗୋଟି ବ୍ଲକରେ କଲମ ଛାଡ଼ ଆନ୍ଦୋଳନ ଏବଂ ଧାରଣା ଜାରି ରଖିଛନ୍ତି l ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ପିଇଓ ମାନେ ମଧ୍ୟ ସାମିଲ ହୋଇ ଥିବାର ଦେଖିବାକୁ ମିଳିଥିଲା l ଆଜି ଏହି ଧାରଣାରେ ସୁବନାଥ ମାଝୀ , ଦେବବ୍ରତ ବେହେରା , ଦିଲ୍ଲୀପ କୁମାର ମହାପାତ୍ର , ସାଇରାମ ମିଶ୍ର , ସଞ୍ଜୁଶ୍ରୀ ଭୋଇ , ମିତାଞ୍ଜଳି ରଥ , ମଞ୍ଜୁଶ୍ରୀ ଭୂୟାଁ , ସଞ୍ଜୟ ଦାସ ଙ୍କ ସମେତ ସମସ୍ତ ଅଧିକାରୀ ଧାରଣା ରେ ବସିଥିଲେ l ନ୍ୟାୟ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରକାଶ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ