Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଦେଇ ବାଲି ବନ୍ଦ କାହିଁକି? ଆଣିବୁ କେଉଁଠୁ କରିବୁ କେମିତି?

ଖୋଲୁନି ନିଲାମ ଘାଟ  ଆବାସ ଧାରୀ ହତାଶ।
ହାଟଡିହି: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ବୈତରଣି ନଦୀରେ ବାଲିର ଗଚ୍ଛିତ ଭଣ୍ଡାର ରହିଛି। ଏହି ବାଲିକୁ ପରିବହନ ପାଇଁ ଖଣି ବିଭାଗ ପକ୍ଷରୁ ନିଲାମ ଦିଆଯାଇଛି। କିନ୍ତୁ ପ୍ରଶାସନର ଅବହେଳା ଓ ଦୁର ଦୃଷ୍ଟି ଅଭାବ ସହିତ କୋଟି କୋଟି ଟଙ୍କା ରାଜସ୍ବ ହାନି ହେବା ସହିତ ନିଲାମ ଧାରୀ ଓ ଚୋରା ବେପାରୀ ରୋଜଗାର କରି ସାରିବା ପରେ ଜିଲା ପ୍ରଶାସନ ଓ ଖଣି ବିଭାଗର ଚେତା ପଶିଥିଲା । ନିଲାମ ଧାରିଙ୍କୁ ନିତି ନିୟମରେ ଖଣି ଚାଲିବାକୁ ତାଗିଦ କରିବା ସହିତ ଅଙ୍କୁଶ ଲଗେଇବା ପରେ ମାର୍ଚ୍ଚ ମାସ ଠାରୁ ବାଲି ପରିବହନ ବନ୍ଦ ଦେଖାଦେଇଥିଲା। ଯାହା କି ନିଲାମ ବନ୍ଦ ଲାମ ଘାଟ ଓ ଚୋର ଚାଲାଣ ଘାଟ ଗୁଡିକ ବ ହୋଇଯାଇଥିଲା। କିନ୍ତୁ କିଛି ଦିନ ପରେ ଯାଜପୁର ଜିଲା କଣ୍ଟାବଣିଆ ଘାଟରେ ବାଲି ପରିବହନ ହେଉଥ୍‌ଲା । ଏହାକୁ ନେଇ ଯାଜପୁର ଓ ଭଦ୍ରକ ଦେଇ କେନ୍ଦୁଝର ସୀମାନ୍ତ ହାଟଡିହି ବ୍ଲକ  ଅଞ୍ଚଳରେ ୧୦ ଚକିଆ ଓ ୧୨ ଚକିଆ ୨୫ ୩୫ ହଜାର ପର୍ଯ୍ୟନ୍ତ ମୂଲ୍ୟରେ ବ୍ରିକି ହୋ ହୋଇଥିଲା। । ମଉକା ନେଇ ହାଟଡିହି ବ୍ଲକର ଅମୃତପୁର ଘାଟରେ ନିଲାମ ଧାରୀ ବାଲି ପରିବହନ ପାଇଁ ଅନୁମତି ଆଣିଥିଲେ । କେବଳ ଟ୍ରାକ୍ଟର ଓ ୬ ଚକିଆ ଗାଡିରେ ପରିବହନ କରିବାକୁ ଅନୁମତି ରହିଥିଲା। କିନ୍ତୁ ନିଲାମ ଧା ସରକାରୀ ନିତି ନିୟମକୁ ଉଲଙ୍ଘନ କରୁଥିଲେ ବି ସେଥ୍‌ପ୍ରତି କାହାର ଦୃଷ୍ଟି ପଡୁନାହିଁ ।ଏବେ ଆଇପିଏସ ଅଧିକାରୀ ପଳାଇଯିବା ପରେ ବାଲି ମାଫିଆ ଓ ଚୋରା ଚାଲାଣ କାଟ ସକ୍ରିୟ ହୋଇ ପଡ଼ିଥିବା ବେଳେ କିଛି ଗାଡି ମାଲିକ ଯାଜପୁର ଜିଲା କଣ୍ଟା ବଣୀଆ ବାଲି ଘାଟରୁ ବାଲି ଧରି ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳକୁ ପରିବହନ କରୁଛନ୍ତି । ବାଲି ଗାଡି ଗୁଡିକ ମୁଖ୍ୟ ରାସ୍ତାରେ ନଯାଇ କେ ନାଲ ରାସ୍ତାରେ ଯାତାୟାତ କରୁଛନ୍ତି। ପୁଲିସ ଓ ଖଣି ବିଭାଗ ନିଷ୍କ୍ରିୟ ବାରୁ ଯାହାକୁ ନେଇ ଚୋରା ଚାଲାଣ ବୃଦ୍ଧି ଆରମ୍ଭ ହୋଇଯାଇଛି। ଏପରି ପରିସ୍ଥିତିରେ ହାଟଡିହି ବ୍ଲକ ନିଲାମ ଧାରୀ ଥୂବାବେଳେ ବାଲି ଗଚ୍ଛିତ ହୋଇ ରହିଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ବାଲିର ଘୋର ଅଭାବ ହୋଇଥିବ ରୁ ଗରିବ ପରିବାର ଓ ଆବା ବାସ ହିତାଧୂକାରୀ ଅଧିକ ମୂଲ୍ୟରେ ବାଲି କିଣି ଘର କରିବାକୁ ସାହାସ କରି ପାରୁନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ