Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ଙ୍କ ପାଳି ଡ୍ୟୁଟି କଲେ ପାଳି ରେ ଦରମା ନିଅ।

ହାଟଡିହି  ମଙ୍ଗଳ ବାର ଦିନ ଶାଳନିଆ ରୋଗୀ କଲ୍ୟାଣ ସମିତି ପକ୍ଷରୁ ମେଡିକାଲ ଗୃହ ରେ ଏକ ସାଧାରଣ ସଭାରେ ଅନୁଷ୍ଠିତ ହୋଇଥିଲା।  ଏଥିରେ ଚିକିତ୍ସାଳୟ ରେ ଅନେକ ଜିନିଷ ପତ୍ର କିଣିବା କୁ ରହିଥିବା ବେଳେ ମେଡିକାଲ ରେ ଡ୍ରେନ ନଥିବା ରୁ ପାଣି ଜମୁଛିପ୍ରବଳ ମଶା ହେଉଛନ୍ତି, ମାଆ ଗୃହ ରେ ଶୀତତାପ ନିୟନ୍ତ୍ରିତ ନଥିବା ରୁ  ଆବଶ୍ୟକୀୟ ସାମଗ୍ରୀ ଓ ଡ଼ାକ୍ତର ମାନଙ୍କ ର ପାଳି ରେ ଚିକିତ୍ସା କରିବା କୁ ନେଇ ଆଲୋଚନା  ଜୋରରେ ହୋଇଥିଲା। ସାତ ଜଣ ଡାକ୍ତର ଥିବା ବେଳେ ସପ୍ତାହ କୁ ଦୁଇ ଦିନ ସେବା ଯୋଗାଇ ସମ୍ପୂର୍ଣ୍ଣ ଦରମା କାହିଁକି ନେଉଛନ୍ତି ବୋଲି ସ୍ଥାନୀୟ ଲୋକଙ୍କ ସହ ରୋଗୀ କଲ୍ୟାଣ ସମିତି ର ସଦସ୍ୟ ରଙ୍ଗାଧର ମଲ୍ଲିକପ୍ରଶ୍ନ କରିଥିଲେ। ଯାହାକୁ ମେଡିକାଲ ସୂପରିଟେଣ୍ଡ ପ୍ରଭାତ କୁମାର ନାୟକ  କିପରି ପର୍ଯ୍ୟାୟ ଭାବେ କାର୍ଯ୍ୟ କରୁଛନ୍ତି ବୁଝାଇଥିଲେ। ଏହା ଛଡା ମେଡିକାଲ ଥିବା ସଫେଇ କର୍ମଚାରୀ ୬ ଜଣ ରହିଥିବା ବେଳେ କେହି କାର୍ଯ୍ୟ କରୁ ନଥିବା ସହ  କକ୍ଷ୍ୟ ଗୁଡ଼ିକ ସଫା କରିବା ପାଇଁ ଫିନାଇଲ, ଝାଡୁ ଏପରି କି କୌଣସି ଗୃହ ସଫା ଜିନିଷ ଦେଉନଥିବା ରୁ ଏହା ଚିନ୍ତା ଜନକ ବିଷୟ ସାଜିଛି।  ରୋଗୀମାନଙ୍କୁ ଖାଇବାକୁ ଦେବାକୁ କେହି ରାଜି ହେଉନଥିବା ରୁ ଚାରି ମାସ ହେଲା ରୋଗୀ ଙ୍କ ଖାଦ୍ୟ ବନ୍ଦ। ଏହା କୁ କିପରି ସୁଚାରୁ ରୁପେ କରାଯିବ ସେଥି ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ କଥାହେବେ ବୋଲି ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର କଥାଦେଇଥିବା ସହ ବିଧ୍ୟାୟକ ଙ୍କ ପ୍ରତିନିଧି ଭାବରେ ପୂର୍ବତନ ସମିତି ସଭ୍ୟ ବୀରେନ ବିଶ୍ଵାଳ ମଧ୍ୟ ଦାୟିତ୍ୱ ନେଇଛନ୍ତି। ଏହି ସଭା ରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ମେଡିକାଲ ଅଧିକାରୀ ପ୍ରଭାତ ନାୟକ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର,ବିଧ୍ୟାୟକ ପ୍ରତିନିଧିବୀରେନ ବିଶ୍ଵାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ , ସରପଞ୍ଚ ଶାଳନିଆ ସୁମତିଜେନା, ଆଇନ ଜିବୀ ରଙ୍ଗାଧର ମଲ୍ଲିକପ୍ରମୁଖ ସଭା ରେ ଉପସ୍ଥିତ ରହି ଥିଲେ। ଶେଷରେ ଏହି ସଭା କେବଳ ଜିନିଷ ପତ୍ର କିଣିବା ପାଇଁ ହେଉଥିବା ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ