ରେଡକ୍ରସ୍ କାର୍ଯ୍ୟନିର୍ବାହୀ କମିଟି ବୈଠକ


ସମ୍ବଲପୁର: ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ଅଶୋକ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରେଡକ୍ରସ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରେଡକ୍ରସ ସମ୍ପାଦକ ରୋସେଲିନା ତିର୍କୀ, ରେଡକ୍ରସ ଉପାଧ୍ୟକ୍ଷ ପ୍ରଭାତି ସେଠ ପ୍ରମୁଖ ମଞ୍ଚାସୀନ ଥିଲେ।ଉପରୋକ୍ତ ବୈଠକରେ ଜିଲ୍ଲା ରେଡକ୍ରସ ଶାଖାର କାର୍ଯ୍ୟକଳାପ, ୨୦୨୫ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିବା ରାଶି ର ଲକ୍ଷ୍ୟ ଉପଲବ୍ଧି ଓ ଖର୍ଚ୍ଚ, ମହାପ୍ରୟାଣ ଯାନ ପରିଚାଳନା, ରେଡକ୍ରସ ଭବନ (ଘର ଭଡ଼ା ପ୍ରଦାନ ସ୍ଥିତି), ପାର୍ବତୀ ଗିରି ସ୍ମାରକୀ ରେଡକ୍ରସ ଭବନ ପରିଚାଳନା, ରେଡକ୍ରସ ସଦସ୍ୟଙ୍କ ସଦସ୍ୟତା ଅଭିଯାନ, ବୁର୍ଲାରେ ରେଡ୍ କ୍ରସ୍ ରେଷ୍ଟ ସେଡ୍ ର ପରିଚାଳନା ଓ ସମ୍ବଲପୁର ଜିଲ୍ଲା ରେଡ୍ କ୍ରସ୍ ଶାଖାର କାର୍ଯ୍ୟକାରିତା ର ରିପୋର୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା।