Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକ୍ରାପଡ଼ା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକିରାପଡା ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳି ରେ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ତଥା ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିଶ୍ଵନାଥ ନାୟକ ଯୋଗଦାନ କରିଥିଲେ। ଶନିବାର ବୈଠକରେ କମିଟିର ନୂତନ କର୍ମକର୍ତ୍ତା ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପୂର୍ବ କମିଟି ଠିକ୍ ଭାବରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ସମ୍ପାଦନ କରୁଥିବାରୁ ନୂତନ କର୍ମକର୍ତ୍ତା ର ଆବଶ୍ୟକତା ନଥିବା ବୈଠକରେ ସ୍ଥିର ହୋଇଥିଲା । ତେଣୁ ପୂର୍ବ କମିଟି ପୂର୍ବ ଭଳି କାର୍ଯ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ସମ୍ପାଦକ ଚକ୍ରଧର ପ୍ରଧାନ , ସ୍ୱେଚ୍ଛା ସେବୀ ସଂଗଠନ ସଦସ୍ୟ ସୁଦାମ ବେହେରା , ପି ଇ ଓ ସୌମ୍ୟକାନ୍ତି ମିଶ୍ର ଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ