Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ଲସ୍କରର ଟପ୍ ଆତଙ୍କୀ ସୈଫୁଲ୍ଲା ଖାଲିଦ ନିହତ, ଭାରତରେ ତିନୋଟି ବଡ଼ ଆକ୍ରମଣରେ ଥିଲା ସାମିଲ

ଲସ୍କର-ଇ-ତୋଇବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ ନିହତ। ପାକିସ୍ତାନରେ ଅଜ୍ଞାତ ଆକ୍ରମଣକାରୀମାନେ ସୈଫୁଲ୍ଲାକୁ ହତ୍ୟା କରିଛନ୍ତି। ସେ ଦୀର୍ଘ ସମୟ ଧରି ନେପାଳରୁ ଆତଙ୍କୀ କାର୍ଯ୍ୟକଳାପ ପରିଚାଳନା କରୁଥିଲା। ବର୍ତ୍ତମାନ ସେ ପାକିସ୍ତାନ ସିନ୍ଧ ପ୍ରଦେଶର ମାଟଲିରେ ରହି କାମ କରୁଥିଲା। ଭାରତରେ ତିନୋଟି ଆକ୍ରମଣରେ ସେ ସାମିଲ ଥିଲା। ଏହି କାରଣରୁ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ତାଲିକାରେ ମଧ୍ୟ ଥିଲା।

ମହାରାଷ୍ଟ୍ରର ନାଗପୁରରେ ଆରଏସ୍ଏସ ମୁଖ୍ୟାଳୟରେ ୨୦୦୬ ରେ ଆକ୍ରମଣ ଷଡଯନ୍ତ୍ର ପଛରେ ତା ସମ୍ପୃକ୍ତି ଥିଲା । ସେଭଳି ୨୦୦୧ ରେ ରାମପୁରରେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏହାଛଡା ୨୦୦୫ ରେ ବାଙ୍ଗାଲୋର ଆକ୍ରମଣ ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା।

ସୈଫୁଲ୍ଲା ଲସ୍କରର ଜଣେ ଅପରେଟିଭ୍ ଥିଲା। ଭାରତରେ ଆକ୍ରମଣ ପାଇଁ ପ୍ରସ୍ତୁତି କରିବାକୁ ଲସ୍କର ପକ୍ଷରୁ ତାକୁ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ, ସେ ବହୁ ବର୍ଷ ଧରି ନେପାଳରେ ଏକ ଘାଟି ସ୍ଥାପନ କରିଥିଲା ଏବଂ ସେଠାରୁ ଭାରତରେ ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା। ସୈଫୁଲ୍ଲା ନେପାଳରୁ ବିନୋଦ କୁମାର ନାମରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଥିଲା। କିନ୍ତୁ ଯେତେବେଳେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ତା ବିଷୟରେ ସୂଚନା ପାଇଲେ, ସେ ନେପାଳରୁ ପଳାଇ ପାକିସ୍ତାନରେ ଲୁଚିଗଲା। ସେ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ