ସମ୍ବଲପୁରର ସୁନାମଧନ୍ୟ ଡାକ୍ତର ଭରତ ଚନ୍ଦ୍ର ଦାସଙ୍କ ବିୟୋଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଶୋକ


ସମ୍ବଲପୁର:ଜୀବନରେ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଡାକ୍ତର ଭରତ ଚନ୍ଦ୍ର ଦାସ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଡାକ୍ତରୀ ପେଶାକୁ ଏକ ବୃଦ୍ଧି ଭାବେ ଗ୍ରହଣ ନକରି ସେ ରୋଗୀମାନଙ୍କ ସେବା ପାଇଁ ସର୍ବଦା ତତ୍ପର ରହୁଥିଲେ । ନିଜର ଉତ୍ତମ ବ୍ୟବହାର ଏବଂ ଚିକିତ୍ସା ବିଦ୍ୟାରେ ଅସାଧାରଣ ଜ୍ଞାନ ଯୋଗୁଁ ସମ୍ବଲପୁର ଅଞ୍ଚଳରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି । ତାଙ୍କ ବିୟୋଗ ସମ୍ବଲପୁରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ନିଜ ଶୋକ ବାର୍ତ୍ତରେ କହିଛନ୍ତି।
ସ୍ଵର୍ଗତ ଡାକ୍ତର ଦାସଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପାରିବାରବର୍ଗଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ପୁଜାରୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।