Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର

ସମ୍ବଲପୁର:ଆଜି ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଜ୍ୟୋତି ବିହାର ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ତୋଳାଳୀ ଓ କର୍ମଚାରୀ ମାନଙ୍କ ପାଇଁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପ୍ରେକ୍ଷାଲୟ ବାହାରେ ବିଭିନ୍ନ କେନ୍ଦୁପତ୍ର ଡିଭିଜନର ଶତାଧିକ ତୋଳାଳୀ,କେନ୍ଦୁପତ୍ର ଶ୍ରମିକ ତଥା କର୍ମଚାରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଦେବା ଉଦ୍ଦେଶ୍ୟରେ ସମବେତ ହୋଇଥିଲେ ।
ସରକାରୀ କାର୍ଯ୍ୟକ୍ରମର ସମାପ୍ତି ପରେ ଦିଆଯାଇଥିବା ସ୍ମାରକ ପତ୍ରରେ ବିଭିନ୍ନ ଦାବି ମଧ୍ୟରେ ବର୍ତ୍ତମାନର ସରକାର ବନ୍ଦ କରିଥିବା ସକାଶେ କନ୍ୟା ବିବାହ ସହାୟତାର ପୁନରପ୍ରଚଳନ, ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁପାତରେ ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି,କେନ୍ଦୁପତ୍ର ସଂସ୍ଥାରେ ଘରୋଇ କରଣକୁ ପ୍ରୋତ୍ସାହନ ନ ଦେବା, ପତ୍ର ଦର ବୃଦ୍ଧି କରିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପାଇଁ ବଜେଟରୁ ୨୦୦ କୋଟି ଟଙ୍କା ପ୍ରଦାନ ଏବଂ ବଜେଟ ମଞ୍ଜୁରୀ ଲାଭ ହୋଇଥିବା ସ୍ଥଳେ ବଜେଟ ରେ ୫୦ କୋଟି ଟଙ୍କା କଟି ଯାଇଥିବା କେନ୍ଦୁପତ୍ର ସଂସ୍ଥାକୁ ହସ୍ତାନ୍ତର କରିବା ଏବଂ ସାମାଜିକ ନିରାପତ୍ତା ମୂଳକ କାର୍ଯ୍ୟ କ୍ରମ ବାବଦରେ ଅର୍ଥ ହିତାଧିକାରୀ ମାନଙ୍କୁ ଅର୍ଥ ବଣ୍ଟନ କରିବା ପ୍ରଭୁତି ଦାବୀ ଏଥିରେ ଅନ୍ତର୍ଭୁକ୍ତ । ଏହି ସ୍ମାରକ ପତ୍ର ସମ୍ପର୍କରେ କର୍ମକର୍ତ୍ତା ମାନେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଙ୍କ ସମେତ ସଂଘର କର୍ମକର୍ତ୍ତା ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସବୁ ବିଷୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ସଂଘର ଉପସଭାପତି ଶ୍ରୀ ଗୋକୁଳ ମେହେର, ସଂଘର ସଂଗଠନ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି, ରାଜ୍ୟ ସଂପାଦକ ମହମ୍ମଦ ମୂର୍ତ୍ତୁଜ।, ଡିଭିଜନ ସଂପାଦକ କିଶୋର ପ୍ରଧାନ, ଡିଭିଜନ ସଂପାଦକ ଶ୍ରୀ ପ୍ରଦୀପ ସାହୁ,ଡିଭିଜନ ସଂପାଦକ ଭୁପେନ୍ଦ୍ର ପ୍ରସାଦ ନାୟକ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ତରୁଣ ସାହୁ, ସଭା ପ୍ରଧାନ, ମିଲନ ପଲେଇ, ମିଲନ ହତା, ଦେବଜ୍ୟୋତି ପଟ୍ଟନାୟକ , ସୁମିତ ପଟେଲ, ଚୁମନ ପ୍ରଧାନ, ଆକାଶ ଦେବତା, ରମେଶ ମାହାର, ଅନାଦି ମିର୍ଦ୍ଧା, ଜିତେନ୍ଦ୍ର ଷଣ୍ଢ, ପ୍ରୋମଦ ସାହୁ, ରାଜେଶ ରାଉଳ,ସତ୍ୟବାଦୀ ପ୍ରଧାନ ରଶ୍ମିତା ମାଝୀ,ରମେଶ ପ୍ରଧାନ, ତିଲୋରମ୍ ମାଝୀ ବାସନ୍ତୀ ମିର୍ଦ୍ଧା , ଗୋଲରୀଆ କେରକେଟା ପ୍ରମୁଖ ଙ୍କ ସହିତ ତୋଳାଳୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ