Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଗାଁ ଆମ୍ବ ପସରା :ଦୁବାଇ ଓ ଇଂଲଣ୍ଡ କୁ ହେଲା ରପ୍ତାନୀ

ସମ୍ବଲପୁର:ଆଜି ସମ୍ବଲପୁର ର ଜେଲ ଛକ ଠାରେ ସ୍ଥିତ ଆହାର କେନ୍ଦ୍ର ପରିସରରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ ର ସହଯୋଗରେ ଗାଁ ଆମ୍ବ ପସରା ପର୍ବ ର ଆୟୋଜନ କରାଯାଇଛି। ଏହି ଆୟୋଜିତ ଆମ୍ବ ପସରା ପର୍ବ ରେ ସୂଚନା ଅନୁଯାୟୀ ୧୮ ଟି ଷ୍ଟଲ ଖୋଲାଯାଇଛି ଯେଉଁଥିରେ ୩୬ ଜଣ କୃଷକ ଭାଗ ନେଇଥିଲେ। ଏହି ଷ୍ଟଲ ଗୁଡିକରେ ଜମନକିରା,ନାକଟିଦେଉଳ, ଯୁଜୁମୁରା, ଧନକଉଡା, ରେଙ୍ଗାଲି, ରେଢାଖୋଲ, କୁଚିଣ୍ଡା ମାନେଶ୍ବର ଆଦି ଅଞ୍ଚଳରୁ ଆସିଥିବା ପ୍ରାୟ ୧୯ ପ୍ରକାର ର ଆମ୍ଭ ଯଥା:- ମିୟାଜାକି, ଆଲ୍ଫାଞ୍ଜୋ, ଲେଙ୍ଗେଡା, ନୀଳାଚଳ କେଶରୀ, ଦସେରା, ବାଦାମ କେଶରୀ, ମଲ୍ଲିକା ଆମପାଲି, ତୋଟାପୁରି, ମହମ୍ମଦବାହାର, ଗୁଲାବ ଖାସ, ମାଲପୁଆ, ସିନ୍ଧୁ, ପ୍ରଭାଶଙ୍କର, ସୁନ୍ଦରୀ, ହେମସାଗର, ଫଜଲି,ରତନା, ବାଇଗଣପଲି ଆମ୍ବ ଆଦି ଆମ୍ବ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲାଏହି ଆମ୍ବ ପସରା ମେ ମାସ ୨୪ରୁ ଆସନ୍ତା ଜୁନ ମାସ ୨ ପର୍ଯ୍ୟନ୍ତ ଏହି ଆମ୍ବପସରା ପର୍ବ କରାଯିବ, ଯାହା ପ୍ରତ୍ୟକ ଦିନ ସକାଳ ୮ ଘଟିକାରୁ ସନ୍ଧ୍ଯା ୮ ଘଟିକା ପର୍ଯ୍ୟନ୍ତ ଖୋଲାରହିବା।
ଏହି ପରିପ୍ରେକ୍ଷୀ ରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଉଦ୍ୟାନ ନିର୍ଦ୍ଦେଶାଳୟ ର ସାଧନ ଏବଂ ପ୍ରୋତ୍ସାହନରେ ସମ୍ବଲପୁର ଜିଲ୍ଲାର ଦ୍ୱାରା ଆମ୍ବ ର ରପ୍ତାନୀ ଏବେ ଦୁବାଇ ଓ ଇଂଲ୍ୟାଣ୍ଡ କୁ ଆରମ୍ଭ ହୋଇଛି । ଏହି ଉଦ୍ୟମ ଦେଶର ଆର୍ଥିକ ଉନ୍ନତି ଓ କୃଷକଙ୍କ ଆୟ ବୃଦ୍ଧି କରିବା କ୍ଷେତ୍ର ରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନୂତନ ପଦକ୍ଷେପ ଫଳରେ ଓଡ଼ିଶାର ମାଟି ର ଫଳ ବିଶ୍ୱ ରେ ପହଞ୍ଚିବା ତାହା ନୁହେଁ, ବରଂ ଗ୍ରାମୀଣ ଅଞ୍ଚଳର କୃଷକ ଓ ଶ୍ରମିକଙ୍କ ନିଜର ଆର୍ଥିକ ଉନ୍ନତି ପାଇଁ ନୂତନ ଆଶା ଜଗାଇବ। ଏହି ରପ୍ତାନି କାର୍ଯ୍ୟକ୍ରମ ଦ୍ୱାରା କୃଷକ ଓ ଉତ୍ପାଦକ ଦଳଙ୍କୁ ନୂତନ ଅବସର ଖୋଜିପାରିବେ।ସୂଚନା ଅନୁଯାୟୀ ୨୫ କ୍ଵିଣ୍ଟାଲ ର ଆମ୍ବ ଇଂଲଣ୍ଡ, ୧୦ କ୍ଵିଣ୍ଟାଲ ଆମ୍ବ ଦୁବାଇ ରପ୍ତାନୀ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ରାଜସ୍ବ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ବିଭାଗ, ସମ୍ବଲପୁର ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ(ଭା.ପ୍ର.ସେ),ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ) ପ୍ରମୁଖ ଉପସ୍ଥିତ ରହି ଏହି ରପ୍ତାନି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଉଦ୍ୟାନ ନିର୍ଦ୍ଦେଶାଳୟ ର ସାଧନ ଏବଂ ପ୍ରୋତ୍ସାହନରେ ଆମ୍ବ ପସରା କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ କୁ ଆମ୍ବ ରପ୍ତାନି କରିବା ଅତ୍ୟନ୍ତ ପ୍ରଶଂସନୀୟ କାମ ବୋଲି କହିଥିଲେ।ଆମ ଅଞ୍ଚଳରେ ଚାଷ ଗୋଟେ ପ୍ରାଥମିକ ବ୍ୟବସାୟ, ମୁଖ୍ୟତ ଧାନ ସହିତ ପନିପରିବା, ଆମ୍ବ ମଧ୍ୟ, ବିଶେଷ କରି ଜମନକିରା,ନାକଟିଦେଉଳ, ଯୁଜୁମୁରା ଅଞ୍ଚଳରେ ପ୍ରଚୁର ପରିମାଣରେ ହୁଏ।ଆଜି ଆପେଦା ସହ ଚୁକ୍ତିବଦ୍ଧ ହୋଇ ଏହି ଅଞ୍ଚଳର ଆମ୍ବ ଆଜି ଦେଶ ବାହାରକୁ ରପ୍ତାନି ହୋଇପାରିଛି।ଏଇ ଜିଲ୍ଲାର କୃଷି ଅଧିକାରୀ, ମତ୍ସ୍ୟ ପାଳନ ଅଧିକାରୀ, ପଶୁ ପାଳନ ଅଧିକାରୀ, ଉଦ୍ୟାନ ବିଭାଗ ର ଅଧିକାରୀ ଙ୍କୁ ସେ ଏକ କମ୍ପରିହେନସିବ ୱାର୍କ ପ୍ଳାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ବାରା ଧାନ ଉତ୍ପାଦନ ସହ ଦୁଗ୍ଧ ଉତ୍ପାଦନ, ଲଙ୍କା ଉତ୍ପାଦନ ର ବୃଦ୍ଧି କରାଇ ଗ୍ରାମାଞ୍ଚଳ ର ଅର୍ଥନୀତି କୁ ଆହୁରି ମଜଭୁତ ହୋଇପାରିବ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ