Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଉଁସର ଗ୍ରାମ ରେ ଶୈକ୍ଷିକ କର୍ମଶାଳା

ସମ୍ବଲପୁର:ବରଗାଁ ନିକଟସ୍ଥ ବଉଁଶରା ଗ୍ରାମର ଆଠ ଜଣ ବାପଛେଉଣ୍ଡ ଝିଅ ମାନଙ୍କ ର ଶିକ୍ଷା ତଥା ସାମଗ୍ରିକ ବିକାଶ ନିମନ୍ତେ ଏକ ପ୍ରୟାସ ଆରମ୍ଭ କରିବା ପାଇଁ ସ୍ଥାନୀୟ କଲ୍ୟାଣ ଆଶ୍ରମ ପ୍ରାଙ୍ଗଣରେ ଏକ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଅସହାୟ ଶିଶୁ ଓ ସେମାନଙ୍କ ମା ମାନଙ୍କୁ ନେଇ ଅନୁଷ୍ଠିତ ଏହି କର୍ମଶାଳା ରେ ବିଶିଷ୍ଟ ଶିକ୍ଷାବିତ ରାଜେନ୍ଦ୍ରକୁମାର ପଣ୍ଡା ଉକ୍ତ ଝିଅ ମାନଙ୍କୁ ତଥା ସେମାନଙ୍କ ମା ମାନଙ୍କୁ ନୈତିକ ମୂଲ୍ୟବୋଧ ର ବିକାଶ ଓ ଦୈନନ୍ଦିନୀ ଜୀବନ ଶୈଳୀ ଉପରେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ l ଏହି ସଭାରେ ଶିକ୍ଷାବିତ ପ୍ରୋ.ସଚିନ୍ଦ୍ର କୁମାର ମିଶ୍ର, ଇଂ ବିଭୁତି ନାରାୟଣ ମାଝୀ, ଇଂ ଅଭେଦ ପାଣିଗ୍ରାହୀ, ସୁଧୀର ପଣ୍ଡା, ସୂର୍ଯ୍ୟ ପଣ୍ଡା, ଅଶୋକ ପୋଢ଼ ତଥା ଗ୍ରାମ ର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଅସହାୟ ପିଲାଙ୍କ ପାଠପଢା,ପାଠ୍ୟଉପକରଣ, ପୋଷାକ ଓ ସ୍ୱାସ୍ଥ୍ୟ ବିକାଶ ସହ ନୈତିକ,ଆଧ୍ୟାତ୍ମିକ ଓ ଗୁଣାତ୍ମକ ଶିକ୍ଷା ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେବ ବୋଲି ଉଦ୍ୟୋକ୍ତା ମାନେ ସୂଚନା ଦେଇଛନ୍ତି।ଉପସ୍ଥିତ ବ୍ୟକ୍ତି ମାନେ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଆଗାମୀ ଦିନରେ ଅଧିକ ଅନାଥ ଶିଶୁ ଙ୍କୁ କାର୍ଯ୍ୟକ୍ରମ ରେ ସାମିଲ କରି ସେମାନଙ୍କୁ ସୁନାଗରିକ ଭାବେ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି। ସମ୍ଭବତଃ ପ୍ରତ୍ୟେକ ମାସ ର ଶେଷ ରବିବାର ଦିନ ଏହି ଶୈକ୍ଷିକ କର୍ମଶାଳା ନିୟମିତ ଭାବରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି କରା ଯାଇଛି lଶେଷରେ ପ୍ରାର୍ଥନା ଓ ପ୍ରସାଦ ସେବନ ପରେ ଆଜିର କର୍ମଶାଳା ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ