Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଶୀତଳଷଷ୍ଠୀ; ସରିଲା ଦେବ ଦମ୍ପତିଙ୍କ ନିର୍ବନ୍ଧ, ଶନିବାର ପଡିବ ହାତଗଣ୍ଠି

ସମ୍ବଲପୁର: ମଙ୍ଗଳବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଆଧ୍ଯାତ୍ମିକ ପରିବେଶରେ ଶେଷ ହୋଇଛି ନନ୍ଦପଡାର ଶୀତଳଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ନୀତି । ବାଲୁଙ୍କେଶ୍ୱର ମହାଦେବ ପାଇଁ କନ୍ୟା ଅନ୍ବେଷଣରେ ଶୋଭାଯାତ୍ରାରେ ଯାଇଥିବା ବରପକ୍ଷଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି କନ୍ୟାପକ୍ଷ । ବରପକ୍ଷ ୭୨ ଟି ସରଗି ପତ୍ର ବା ଶାଳପତ୍ରର ଏକ ବିଡା କନ୍ୟାପକ୍ଷଙ୍କୁ ଦେଇ ଦେବ ଦମ୍ପତିଙ୍କ ବିବାହ ପାଇଁ ନିର୍ବନ୍ଧ ଚୂଡାନ୍ତ କରିଥିଲେ । ଆଜି ଅନୁଷ୍ଠିତ ହୋଇଯାଇଛି ନୃସିଂହ ନିଉତା ନୀତି । ଶନିବାର ପଡିବ ଦେବ ଦମ୍ପତିଙ୍କ ହାତଗଣ୍ଠି ।ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୮ ଟା ସମୟରେ ନନ୍ଦପଡାର “ବମ ବରାଡ଼ ବାଲୁଙ୍କେଶ୍ୱର” ମହାଦେବ ମନ୍ଦିରରେ ବାବାଙ୍କ ଵିଧି ପୂର୍ବକ ପୂଜାର୍ଚ୍ଚନା ପରେ ସପ୍ତ ଋଷି ଓ ବରପିତା ବମ ବରାଡ଼ ବାଲୁଙ୍କେଶ୍ୱର ମହାଦେବ ପାଇଁ କନ୍ୟା ଅନ୍ବେଷଣରେ ଦିବ୍ୟ ବିମାନରେ ଅରୁଢ଼ ହୋଇ କନ୍ୟାପକ୍ଷ ଆଡକୁ ଶୋଭାଯାତ୍ରାରେ ବାହାରିଥିଲେ l ଏହି ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟଗୀତର ସାଂସ୍କୃତିକ ଦଳ ସାମିଲ ହୋଇଥିଲେ l ଘଣ୍ଟ ଘଣ୍ଟାରେ ତାଳେ ତାଳେ ପ୍ରକମ୍ପିତ ହୋଇ ଥିଲା ଚତୁଃର୍ଦିଗ, ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।
ଏହା ପରେ ପତରପେଣ୍ଡି ଶୋଭାଯାତ୍ରା ମ୍ୟୁନିସିପାଲିଟି ଛକ ସ୍ଥିତ ନାରୀ ସେବାସଦନ ଠାରେ ଉପସ୍ଥିତ ଥିବା କନ୍ୟା ପିତା ମାତା ହୋଇଥିବା ଦମ୍ପତି ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଘରେ ପହଞ୍ଚିଥିଲା।ସେଠାରେ ପହଞ୍ଚିବା ପରେ କନ୍ୟାପକ୍ଷ ବରପକ୍ଷଙ୍କୁ ପାରମ୍ପରିକ ରିତିନୀତିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ପରେ ବରପିତା ଓ ସପ୍ତଋଷି କନ୍ୟାପକ୍ଷଙ୍କୁ ନିଜର ଆସିବାର ଅଭିପ୍ରାୟ ଜଣେଇବା ସହ ମହାଦେବଙ୍କ ପାଇଁ ଜଣେ ଉତ୍ତମ କନ୍ୟା ଅନ୍ବେଷଣରେ ଆସିଥିବା କଥା କହିଥିଲେ l ଏହା ପରେ ବରପକ୍ଷ ଓ କନ୍ୟାପକ୍ଷ ଏକାଠି ବସି ଆଲୋଚନା କରିଥିଲେ lବରପକ୍ଷଙ୍କ ଆସିବାର ଅଭିପ୍ରାୟ ଜାଣିବା ପରେ କନ୍ୟାପକ୍ଷ ବରପକ୍ଷଙ୍କୁ ବର କଣ କରନ୍ତି ବୋଲି ପଚାରି ଥିଲେ l ତେବେ ବରପକ୍ଷ ମହାଦେବଙ୍କ ବିଷୟରେ କହିବା ପରେ କନ୍ୟାପକ୍ଷ ପ୍ରଥମେ ଏହି ବିବାହ ପ୍ରସ୍ତାବରେ ଅରାଜି ହୋଇଥିଲେ l ତେବେ ପରେ ସପ୍ତଋଷି ମହାଦେବ ଙ୍କ ସ୍ତୋତ୍ର ଗାନ କରି ତାଙ୍କ ମହିମା ବଖାଣିବା ସହ ଗୁଣ ଗାନ କରିବା ପରେ କନ୍ୟାପକ୍ଷ ଏହି ବିବାହ ପ୍ରସ୍ତାବ ରେ ସହମତି ଦେଇଥିଲେ l ଏହା ପରେ ଵିଧି ପୂର୍ବକ ପୂଜାର୍ଚନା କରି ସାରି, ବରପକ୍ଷ ୭୨ ଟି ସରଗି ପତ୍ର ବା ଶାଳ ପତ୍ର ର ଏକ ବିଡା କନ୍ୟା ପକ୍ଷଙ୍କୁ ଦେଇ ଦେବ ଦମ୍ପତି ଙ୍କ ବିବାହ ପାଇଁ ନିର୍ବନ୍ଧ ଚୂଡାନ୍ତ କରିଥିଲେ l ଏହି ପରମ୍ପରାକୁ ପତରପେଣ୍ଡି କୁହାଯାଏ।
ବଂ ବଂ ବରାଡ଼ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା ୨୦୨୫ ପତ୍ରପେଣ୍ଡି କାର୍ଯ୍ୟକ୍ରମରେବର ପିତା- ରାମ ଚରଣ ମିଶ୍ର ଓ କନ୍ୟା ପିତା- ପ୍ରତାପ ନନ୍ଦ
କନ୍ୟା ମାତା- ଲିପିକା ନନ୍ଦ ରହିଥିଲେ।
ମନ୍ଦିର ପୁଜକ – ଲକ୍ଷପତି ମହାପାତ୍ରବିବାହ ପୂଜକ – ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ଏହି କାର୍ଯ୍ୟ କୁ ସମ୍ପାଦନ କରିଥିଲେ।
ପତ୍ରପେଣ୍ଡି କାର୍ଯ୍ୟକ୍ରମ ପାଇଁ ନନ୍ଦପଡା ମନ୍ଦିର ରୁ ମଙ୍ଗଳବାର ଭବ୍ୟ ଶୋଭାଯାତ୍ରା ବାହାରି ହାଟପଡ଼ା, ନନ୍ଦପଡ଼ା, ମହାନ୍ତି ପଡା କଂସାରି ପଡା,ବୈଦ୍ୟନାଥ ଛକ,ଶକ୍ତି ସଙ୍ଘ୍ ଛକ, ମ୍ୟୁନିସପାଲିଟି ଛକ ସ୍ଥିତ ନାରୀ ସେବା ସଦନ କନ୍ୟା ପିତାଙ୍କ ଘରେ ପହଞ୍ଚିଥିଲେ।
ଏଥିରେ ସପ୍ତର୍ଷି ୧. ବିଜୟ ମିଶ୍ର,୨. କାମପାଳ ହୋତା,୩. ଗୋଲକ ବିହାରୀ ମିଶ୍ର,୪. ଅଶୋକ କୁମାର ମିଶ୍ର,୫.ଚକ୍ରଧର ମିଶ୍ର,୬. ପୂର୍ଣାନନ୍ଦ ମିଶ୍ର,୭. ଅମରେନ୍ଦ୍ର ପୂଜାରୀ ରହିଥିଲେ।
ଶୋଭାଯାତ୍ରାରେ ଶଙ୍ଖ, ଘଣ୍ଟ, ଦୁଲଦୁଲି, ଧମାଲ ବାଦ୍ୟ, ମୟୂର ଝାର ନୃତ୍ୟ, ଜୋଡ଼ି ଶଙ୍ଖ, ବରପିତା ଓ ସପ୍ତର୍ଷିଙ୍କ ସୁଗମ ଯାତ୍ରା ପାଇଁ ସୁସଜ୍ଜିତ ରଥ ଏବଂ ଡିଜିଟାଲ ଓ ପାରମ୍ପରିକ ଆଲୋକ ବେଶ ଆକର୍ଷଣୀୟ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ