Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନ୍‌ଚାକ୍ ସିଲାଟ୍ ଆର୍ଟିଷ୍ଟ୍ରିକ ବିଭାଗରେ ଓଡିଶା ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସମ୍ବଲପୁର ଜିଲ୍ଲାର ବସୁନ୍ଧରା, ପିୟୁ ଓ ମେହରୋଜ୍

ସମ୍ବଲପୁର:ଓଡିଶାର ଗର୍ବ ବଢ଼ାଇଲେ ସମ୍ବଲପୁର ଜିଲ୍ଲାର ତିନିଜଣ ଯୁବ ଖେଳାଳି – ବସୁନ୍ଧରା ତାଣ୍ଡି, ପିୟୁ ଦାସ ଓ ମେହେରୋଜ ଅଖ୍ତର। ଏହି ତିନିଜଣ ପେନ୍‌ଚାକ୍ ସିଲାଟ୍ ଖେଳର ଆର୍ଟିଷ୍ଟ୍ରିକ ବିଭାଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି, ୨୦୨୫ ମସିହାର ପ୍ରଥମ ଖେଳୋ ଇଣ୍ଡିଆ ବିଚ୍ ଗେମ୍ସରେ ବ୍ରୋଞ୍ଜ ପଦକ ଅଜର୍ଣ୍ଣ କରିଛନ୍ତି। ଏହି ରାଷ୍ଟ୍ରୀୟ ସ୍ତରୀୟ କ୍ରୀଡ଼ା ଅନୁଷ୍ଠାନ ୧୯ ମଇରୁ ୨୪ ମଇ ପର୍ଯ୍ୟନ୍ତ ଗୁଜରାଟର ଦାମନ୍ ଓ ଦିଉ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା।
ପେନ୍‌ଚାକ୍ ସିଲାଟ୍ ଏକ ପ୍ରାଚୀନ ଦକ୍ଷିଣପୂର୍ବ ଏସିୟାନ୍ ମାର୍ଶାଲ୍ ଆର୍ଟ ଯାହାରେ ଦୃଢ ଶାରୀରିକ କ୍ଷମତା, ଶୃଙ୍ଖଳାବଦ୍ଧ କ୍ରମ ଓ ଦୃଶ୍ୟଗତ କଳାତ୍ମକତା ଉପସ୍ଥାପିତ କରାଯାଏ। ଏହି ବିଭାଗରେ ରାଜ୍ୟ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସମ୍ବଲପୁରର ଏହି ତିନି ଯୁବ ଖେଳାଳି ଓଡିଶାର କ୍ରୀଡ଼ା ଐତିହ୍ୟକୁ ନୂତନ ମାନଦଣ୍ଡରେ ଉନ୍ନତ କରିଛନ୍ତି।
ଓଡ଼ିଶା ଦଳ ପକ୍ଷରୁ ଏହି ମୁଲ୍ୟବାନ ସଫଳତା ଦ୍ୱାରା ରାଜ୍ୟର ପେନ୍‌ଚାକ୍ ସିଲାଟ୍ ଉନ୍ନୟନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ଜିଲ୍ଲାର ଏହି ତିନି ଅଭିମାନୀୟ ଯୁବତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା।ଏହି ସଫଳତା ତାଙ୍କ ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ସଠିକ୍ ମାର୍ଗଦର୍ଶନ ର ପରିଣାମ ଯାହା ଆଜି କେବଳ ସମ୍ବଲପୁର ନୁହେଁ ସାରା ଓଡ଼ିଶା ପାଇଁ ଅନେକ ଆନନ୍ଦ ଆଣିଦେଇଛି। ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଅନେକ ଯୁବ ଓ ଯୁବତୀଙ୍କୁ ପେନ୍‌ଚାକ୍ ସିଲାଟ୍ ଓ ଅନ୍ୟ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।ଏହି ବ୍ରୋଞ୍ଜ ପଦକ ରାଜ୍ୟର କ୍ରୀଡ଼ା ଇତିହାସରେ ଗର୍ବର ସଂଯୋଜନ ଓ ସମ୍ବଲପୁର ଜିଲ୍ଲାର ପ୍ରତିଭାର ସ୍ୱୀକୃତି ରୂପେ ଗଣାଯିବ।ସମ୍ବଲପୁର ଫେରିବା ପରେ ଏହି ୩ ପ୍ରତିଭାଧାରିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳସିଦ୍ଧେଶ୍ବର ବଳିରାମ ବୋନ୍ଦର ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଦିତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ