Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଶୀତଳ ଷଷ୍ଠି :ନନ୍ଦପଡ଼ା ବାଲୁଙ୍କେଶ୍ଵରଙ୍କ ନୃସିଂହ ନିଉତା

ସମ୍ବଲପୁର:ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇପଡିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୀତଳ ଷଷ୍ଠୀକୁ ନେଇ ସମସ୍ତଙ୍କ ମନରେ ଆଗ୍ରହ ଓ ଉଦ୍ଦିପନା ଦେଖାଦେଇଛି । ଏହି ଅବସରରେ ନନ୍ଦପଡାର ଶ୍ରୀ ଶ୍ରୀ ବଂ ବଂ ବରାଡ ବାଲୁଙ୍କେଶ୍ଵର ବାବାଙ୍କ ନୃସିଂହ ନିଉତା ବୁଧବାର ରାତିରେ ସମ୍ପନ୍ନ ହୋଇଯାଇଛି । ନୃସିଂହ ମହାପ୍ରଭୁ ସୁସଜ୍ଜିତ ହୋଇ ଭକ୍ତଙ୍କ କାନ୍ଧରେ ବାଲୁଙ୍କେଶ୍ଵର ମନ୍ଦିର ସ୍ଥିତ ପଞ୍ଚବତ୍ର ଏବଂ ହନୁମାନଙ୍କୁ ନିମନ୍ତ୍ରଣ କରିଥିଲେ । ସ୍ଥାନୀୟ କାରିଗର କୁନୁ ନାଏକ ଓ ତାଙ୍କ ୨ ପୁଅ ବିଶ୍ୱଜିତ୍ ଏବଂ ସତ୍ୟଜିତ୍ ସ୍ୱତନ୍ତ୍ର ଭାବେ ତିରୁପତି ବାଲାଜୀ ମନ୍ଦିରର
ଆକର୍ଷଣୀୟ ପରଭା ସହ ରଥାରୁଢ ହୋଇଥିଲେ ।
ବଡସଡକ ଓ ସାନସଡକ ଅଞ୍ଚଳରେ ଥିବା ସମସ୍ତ
ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ ।ନନ୍ଦପଡା ଯଜ୍ଞବରାହ, ବ୍ରହ୍ମପୁରା ଜଗନ୍ନାଥ, ଶ୍ରୀ ଶ୍ରୀ
ଲୋକନାଥ ବାବା, ଦକ୍ଷିଣେଶ୍ଵର ହନୁମାନ, ଭୈରବୀ,କୋଶେଳେଶ୍ଵର ମନ୍ଦିର, ମାରୱାଡିପଡା ରାମ, ମହାଦେବ,ହାଟପଡା ସତ୍ୟବାଦୀ, ଦଲେଇପଡା ମଦନମୋହନ,ଭାଗବତ ମନ୍ଦିର, ଲିଆଖାଇ, ବାଟମଙ୍ଗଳା, ଗୁପ୍ତେଶ୍ୱର,
ମୁନି ସିପାଲିଟି ଛକ ହନୁମାନ ଓ କାନ୍ଥ ଦୁର୍ଗା,କଂସାରୀପଡା ରାଧାକୃଷ୍ଣ, ମହାନ୍ତିପଡା ଦମନ
ମନ୍ଦିରରେ ପହଞ୍ଚେ ବାଲୁଙ୍କେଶ୍ଵର ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଦେବ
ନିମନ୍ତ୍ରଣ(ଗୁଆଗୁଁଡା) କରିଥିଲେ। ଦେବାଦେବୀଙ୍କୁ ନୃସିଂହ ମହାପ୍ରଭୁ ଗୁଆ, ହଳଦୀ, ନୂଆବସ୍ତ୍ର ଏବଂ ମିଠେଇ ଅର୍ପଣ କରି ନିମନ୍ତ୍ରଣ କରିଥିଲେ । ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ମନ୍ତ୍ରପାଠ କରିଥିଲେ। ଯାତ୍ରା କମିଟି କର୍ମକର୍ତ୍ତା ପୂଜାର୍ଚ୍ଚନା
ଓ ମହାଆଳତି କରିଥିଲେ । ଘଣ୍ଟଶଙ୍ଖ, ଦୁଲଦୁଲି, ଦଣ୍ଡା
ନାଚ, ଧମା ଲବଜାର ତାଳେତାଳେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅନ୍ୟପକ୍ଷେ ଗୁରୁବାର ସକାଳେ ଇଷ୍ଟଦେବୀ ସମଲେଶ୍ଵରୀ, ପାଟଣେଶ୍ଵରୀ, ବାଲିବନ୍ଧା ସୋମନାଥ ବାବା, ଗୋପାଳଜୀ ମଠ, ଦୁର୍ଗାପାଲି
ଗୁଡେଶ୍ଵର ମହାଦେବଙ୍କ ସମେତ ସହରର ସମସ୍ତ
ଦେବଦେବୀଙ୍କୁ ଶୀତଳଷଷ୍ଠୀ ଯାତ୍ରା କମିଟି କର୍ମକର୍ତ୍ତା ଦେବ
ନିମନ୍ତ୍ରଣ କରିବାର କାର୍ଯ୍ୟସୂଚୀ ରହିଛି । ତେବେ
ଅରୁଣକାନ୍ତି ମିଶ୍ର, ଅଭିନାଶ ମିଶ୍ର, ସନତ ନନ୍ଦ,ବାଲଗୋପାଳ ନନ୍ଦ ଓ ଅଭିଷେକ ମହାପାତ୍ର
ନୃସିଂହ ମହାପ୍ରଭୁଙ୍କ ଶୃଙ୍ଗାର କରିଥିଲେ । ଏଥିପାଇଁ
ପ୍ରାୟ ସାଢେ ୩ଘଣ୍ଟା ସମୟ ଲାଗିଥିଲା । ନୃସିଂହ
ଭଗବାନଙ୍କୁ ମୁକୁଟ, ଛତ୍ର, ଆମ୍ବକଷି, କିରଟ, ଶୁଆ
ପ୍ରଭୃତି ରୌପ୍ୟ ଓ ସ୍ଵର୍ଣ୍ଣ ଅଳଙ୍କାରରେ ଭୂଷିତ
କରାଯାଇଥିଲା । ନନ୍ଦପଡା ଯାତ୍ରା କମିଟି ସଭାପତି
ସମୀର ରଞ୍ଜନ ବାବୁ, ସାଧାରଣ ସମ୍ପାଦକ ସୁଶ୍ରିତ ମିଶ୍ର,ଆଶିଷ ବାବୁ, ଭୁବନ ମୋହନ ମିଶ୍ର, ସୌମ୍ୟ ମିଶ୍ର, ମାନସ ରଥ, ନିଗମାନନ୍ଦ ମିଶ୍ର, ଅତ୍ଯୁତ ମିଶ୍ର, ବିରାଜ ମିଶ୍ର ଓ କମିଟି ସଭ୍ୟମାନେ ଶୋଭାଯାତ୍ରା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ