Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ ଉଠାଣରେ ମନ୍ଥରତା: ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଆଇସିଏଆର ବୋର୍ଡ ସଦସ୍ୟ କେଦାର ମିଶ୍ର

ସମ୍ବଲପୁର: ଆଜି ବରଗଡ଼ ଜିଲ୍ଲାର
ବିଭିନ୍ନ ମଣ୍ଡି ପରିଦର୍ଶନ କଲା ପରେ ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ ତଥା ଆଇସିଏଆର ବୋର୍ଡ ସଦସ୍ୟ
କେଦାର ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବରଗଡ଼ ଜିଲ୍ଲା ର ସମସ୍ତ ମାନ୍ୟବର ବିଧାୟକ ଙ୍କୁ ପତ୍ର ମାଧ୍ୟମ ରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ମଣ୍ଡି ରୁ ଧାନ ଉଠାଇବାକୁ ଅନୁରୋଧ କରିଛନ୍ତି ।
ଅଦିନିଆ ବର୍ଷା ସାଙ୍ଗକୁ ମାନସୁନ ବର୍ଷାର ଆରମ୍ଭ କୁ ନେଇ ଏ ପର୍ଯ୍ୟନ୍ତ ମାତ୍ର ୪୦ ପ୍ରତିଶତ ଧାନ ଉଠିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ।ଯଦି ଏପରି ମନ୍ଥର ପ୍ରକ୍ରିୟା ରହେ ଆଗାମୀ ଦିନରେ କ୍ଷତି ଗ୍ରସ୍ତ ଚାଷୀ ଙ୍କ ଅସନ୍ତୋଷ ସହ ବିଭିନ୍ନ ଚାଷୀ ସଂଗଠନ ର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରକାଶ କରିଛନ୍ତି ।
ଏଣୁ ମଣ୍ଡିରୁ ଶିଘ୍ର ଧାନ ଉଠାଇବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ଙ୍କ ସମେତ ସମସ୍ତ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ