Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ଚାଲିଛି ଭୋଟ୍‌ ଗଣତି; ଚତୁର୍ଥ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ଝାରସୁଗୁଡା: ଚାଲିଛି ଭୋଟ୍‌ ଗଣତି। ଖୁବ୍‌ଶୀଘ୍ର ହେବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ। ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪ହଜାର ୫୧୦ ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡରେ ଦୀପାଳି ଦାସଙ୍କୁ ୧୧ହଜାର ୨୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ୬ହଜାର ୭୪୬ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ୨୬୩ ଭୋଟ ।

ସେହିପରି ତୃତୀୟ ରାଉଣ୍ଡରେ ବି ଦୀପାଳି ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଦୀପାଳି ଦାସଙ୍କୁ ୬ହଜାର ୨୮୭ ଭୋଟ୍ ମିଳିଛି। ସେହିପରି ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୧୪୬ ଖଣ୍ଡ ଭୋଟ୍ ମିଳିଛି, ଏବଂ କଂଗ୍ରେସର ତରୁଣ ପାଣ୍ଡେକୁ ୨୫୮ ଭୋଟ୍ ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଚତୁର୍ଥ ରାଉଣ୍ଡରେ ବି ୬ହଜାର ୦୭୨ ଖଣ୍ଡ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଲିଡ୍‌ କରୁଛନ୍ତି। ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୫୨୭ ଭୋଟ୍ ଏବଂ ତରୁଣ ପାଣ୍ଡେଙ୍କୁ ୩୦୦ ଭୋଟ୍ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ