Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେକ୍ସ ରାକେଟ ଉପରେ ପୋଲିସର ଚଢଉ, ଦେହଜୀବି ସହ ୧୯ ଗିରଫ

ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଏକ ଘରୋଇ ହୋଟେଲରେ ପୋଲିସର ଚଢଉ । ସଠାରେ ସେକ୍ସ ରାକେଟ ଚାଲୁଥିବା ବେଳେ ୧୦ ଜଣ ଦେହଜୀବି , ୬ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଉକ୍ତ ହୋଟେଲକୁ ସିଜ କରିବା ସହିତ ସେକ୍ସ ରାକେଟରେ ବ୍ଯବହାର ହେଉଥିବା ଏକ ସ୍ବିଫ୍ଟକାର ମଧ୍ଯ ଜବଦ ହୋଇଛି ।

ଓଡିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ତାଳସାରୀ ବେଳାଭୂମି ନିକଟରେ ଗଢିଉଠିଥିବା ବିଭିନ୍ନ ଘରୋଇ ହୋଟେଲରେ ଦେହ ବ୍ଯବସାୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କିଛିଦିନ ପୂର୍ବରୁ ସ୍ଥାନୀୟ ଲୋକେ ଦେହ ବ୍ଯବସାୟ ବନ୍ଦ କରିବା ପାଂଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଂଇ ମାଇକ ଯୋଗେ ପ୍ରଚାର ମଧ୍ଯ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଳସାରୀ ମେରାଇନ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୋଲିସ ଟିମ ଉକ୍ତ ହୋଟେଲରେ ଚଢଉ କରି ୧୯ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ