Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋବାଇଲ ଆପରେ କ୍ରିକେଟ ଖେଲି ରାତାରାତି କୋଟିପତି

ସମ୍ବଲପୁର:ମୋବାଇଲ ଆପ ରେ କ୍ରିକେଟ ଖେଲି ରାତାରାତି କୋଟିପତି ହେଲେ ହୀରାକୁଦର ଅଞ୍ଚଳର ଜଣେ ଯୁବକ l ସମ୍ବଲପୁର ହୀରାକୁଦ କାଲୁପଡାର ଶିବ ସୁନ୍ଦର ପଶାୟତ ନାମକ ଜଣେ ଯୁବକ ମୋବାଇଲ ଆପର ମାୟେ ଇଲେଭେନ ସାର୍କିଲ ରେ ୪୯ ଟଙ୍କା ଲଗାଇ ୩ କୋଟି ଧନ ରାଶି ଜିତିବା ସହ ଏକ ମହିନ୍ଦ୍ରା ଥର ଗାଡି ଜିତିଛନ୍ତି l ସୂଚନା ଅନୁସାରେ ଗତକାଲି ଚଳିତ ବର୍ଷର ଆଇପିଏଲ ଗେମ ଆରସିବି ଓ ପଞ୍ଜାବ ଟିମ ମଧ୍ୟରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମେଚରେ ଶିବ ସୁନ୍ଦର ପଶାୟତ ମୋବାଇଲ ଆପର ମାୟେ ଇଲେଭେନ ସାର୍କିଲ ରେ ୪୯ ଟଙ୍କା ଲଗେଇ ଆରସିବି ଟିମ ତିଆରି କରିଥିଲେ l ତେବେ ଆଇପିଏଲ ଫାଇନାଲ ମେଚ ଟି ଆରସିବି ବିଜୟ ଲାଭ କରିଥିବା ବେଳେ ଶିବ ସୁନ୍ଦର ମଧ୍ୟ ବିଜୟ ହୋଇଛନ୍ତି l ସେ ରାତାରାତୀ ଏକ ନମ୍ବର ହୋଇ ୩ କୋଟି ଓ ମହିନ୍ଦ୍ରା ଥର ଗାଡି ଜିତିଛନ୍ତି l ଏନେଇ ଶିବ ସୁନ୍ଦର ପଶାୟତ କହିଛନ୍ତି ଯେ ସେ ୨୦୨୨ ରୁ ଏହି ଆପରେ ଗେମ ଖେଲି ଆସୁଥିଲେ l ଚଳିତ ବର୍ଷ ୨୦୨୫ ରେ ସମୁଦାୟ ୧୭ ଟିମ ତିଆରି କରି ମେଚ ରେ ଟଙ୍କା ଲଗେଇଥିଲେ l ତେବେ ଗତକାଲି ଆଇପିଏଲ ର ଫାଇନାଲ ମେଚ ଚାଲୁଥିବା ବେଳେ ଶିବ ମାୟେ ଇଲେଭେନ ସାର୍କିଲ ଆପରେ ୧୪ ଟି ମେଚ ରେ ଟଙ୍କା ଲଗାଇଥିବା ବେଳେ ୧୧ ନମ୍ବର ମେଚ ରେ ସେ ୩ କୋଟି ଟଙ୍କା ଓ ଥର ଗାଡି ଜିତିଥିଲେ l ତେବେ ଗେମ ଖେଳି ଜିତିଥିବା ୩ କୋଟି ଟଙ୍କା ତାଙ୍କ ଆପର ୱାଲେଟ କୁ ଆସିଯାଇଥିବା ବେଳେ ପ୍ରୋସେସ ଅନୁଯାଇ ଦିନକୁ ୨୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟ କୁ ଆସିବ ବୋଲି ଶିବ ସୁନ୍ଦର ପଶାୟତ କହିଥିଲେ l ଏହାସହ ଜିତିଥିବା ଟଙ୍କାର ୩୦% ଜିଏସଟି ୯୦ ଲକ୍ଷ ଟଙ୍କା କଟି ବାକି ଟଙ୍କା ମିଳିବ ବୋଲି ଶିବ ସୁନ୍ଦର କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ