Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକ ପରେ ଚାରୁଶୀଳା ଆଚାର୍ଯ୍ୟ କଲେ ଚକ୍ଷୁ ଦାନ

ସମ୍ବଲପୁର, ୦୬. ୦୬():ବରଗଡ଼ର ଜଣାଶୁଣା ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ଭୋର୍‌ରେ ତାଙ୍କ ବରଗଡ଼ ସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି ସତ କିନ୍ତୁ ତାଙ୍କର ପରଲୋକ ପରେ ମଧ୍ୟ୍ୟ ସେ ରହିଗଲେ ଅମର ହୋଇ। ତାଙ୍କ ଆଖିରେ ଆଉ କିଏ ଦୁନିଆଁ ଦେଖିବ। ତାଙ୍କ ପରଲୋକ ପରେ ପରିବାର ଲୋକ ତାଙ୍କ ଚକ୍ଷୁ ଦାନ କେଇଛନ୍ତି।
ତାଙ୍କ ପରଲୋକ ଖବର ପାଇ ପୂବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଚଳଚିତ୍ର ଅଭିନେତା ପୃଥ୍ୱୀରାଜ ନାୟକ, ବହୁ ବିଧାୟକ, ରାଜନେତା, ଚାରୁଶିଲାଙ୍କ ସହପାଠୀ,ଆତ୍ମୀୟ ସ୍ବଜନଙ୍କ ସମେତ ସମଗ୍ର ଆଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନକରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତା ଆଚାର୍ଯ୍ୟ ଧର୍ମପରାୟଣ ଜଣେ ମହିଳା ଥିଲେ। ସେ ତାଙ୍କ ଚକ୍ଷୁଦାନ ମଧ୍ୟ କରିଛନ୍ତି। ଡାକ୍ତରୀ ଦଳ ପହଞ୍ଚି ତାଙ୍କ ପାର୍ଥିବ ଶରୀରରୁ ଚକ୍ଷୁ ସଂଗ୍ରହ କରିଥିଲେ।ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ,ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।ଅପରାହ୍ନ ୩ଟାରେ ସ୍ଥାନୀୟ ଜୀରାନଦୀ କୂଳ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ