Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବରେ ବହୁ ଅନୁଷ୍ଠାନ ହେବେ ସମ୍ବର୍ଦ୍ଧିତ

ସମ୍ବଲପୁର:ଗୁରୁ ଭଗବାନ ସାହୁ ସ୍ମୃତି କମିଟି ବରଗଡ଼ ର ତୃତୀୟ ପ୍ରସ୍ତୁତି ବୈଠକ ଏ. ଇ. ମିସନ ସ୍କୁଲ ପରିସରରେ ଡ଼ ତପସ୍ୱୀନି ଗୁରୁଙ୍କ ସଭାପତିତ୍ବ ଏବଂ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତଥା କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବ ସମ୍ପତ୍ତି ନିଷ୍ପତ୍ତି କ୍ରମେ ଆସନ୍ତା ଜୁନ ୧୧, ବୁଧବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ବରଗଡ଼ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ଅବସରରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିଆସୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର, ସ୍ମୃତି କମିଟି ବରପାଲି, ସୋହେଲା ଦୂର୍ଗା ପୂଜା କମିଟି, ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ, ଧର୍ମଗଡ ଡୁମେରଗୁଡା ମା ବସ୍ତରେନ କଳା ପରିଷଦ କଳାହାଣ୍ଡି, ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ, ନିରଞ୍ଜନା ଲଏକେରା, (ଝାରସୁଗୁଡ଼ା)କବି କଳାକାର ସଂଘ ଡୁଙ୍ଗୁରିପାଲି,ଉକିଆ ସାହିତ୍ୟ ପରିବାର ସୁବର୍ଣ୍ଣପୁର, ମନ୍ଦାକିନୀ ଶତପଥୀ ଝାରସୁଗୁଡ଼ା, ବାମଣ୍ଡା ସାହିତ୍ୟ ସଂସଦ ଦେବଗଡ଼, ସୁବାସ ଚନ୍ଦ୍ର ନାୟକ ପଶ୍ଚିମା (କୁଚିଣ୍ଡା),ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗୀର,ଆଜାଦ ଯୁବକ ସଂଘ କୁମ୍ଭାରୀ, ଦଶ ମାଇଲ ବିକାଶ ପରିଷଦ ,ଜୁଏ ହୁଲା ଲୋକ ମହୋତ୍ସବ ପାଳନ କମିଟି,ବିଶିପାଲି,ବରପାଲି,ଶବ୍ଦ ନୃତ୍ୟ ଅନୁଷ୍ଠାନ କନବାର, ଶବ୍ଦ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଅଶୁରଗଡ,ସୁର ସଂଗମ ଲୋଇସିଂହା ପ୍ରମୁଖ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ସଭା ପ୍ରାରମ୍ଭରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ସମାଜସେବୀ ଚାରୁଶିଳା ଆଚାର୍ଯ୍ୟ ଏବଂ କଳା ସଂଗଠକ ଇଂ ତୁଷାର ଭଦ୍ର ଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ସର୍ବଶ୍ରୀ ଦଧିବାବନ ଶତପଥୀ,ଡ଼. ଯଶବୀର ସିଂ ସୈନୀ,ତୁଳସୀ ଚରଣ ଦାଶ, ମନୋରଞ୍ଜନ ମେହେର,ରାଜ କିଶୋର ମହାରଣା,ଉଦ୍ଧବ ବେହେରା, ପଞ୍ଚାନନ ବାରିକ, ଅଚ୍ୟୁତାନନ୍ଦ ବାରିକ, ନୁରାବତୀ ସାହୁ ସଂଘମିତ୍ରା ପଟେଲ, ସାରଥି ମେହେର,ମାନସ ରଞ୍ଜନ ଦାଶ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଶେଷରେ ସର୍ଦ୍ଦାର ପ୍ରିତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ