ରେକର୍ଡ ସଂଖ୍ୟକ ଭୋଟରେ ଜିତିଲା ବିଜେଡି; ଦୀପାଳି ଦାସ ଝାରସୁଗୁଡା ବିଧାୟିକା


ଝାରସୁଗୁଡା: ଆସିଲା ଝାରସୁଗୁଡା ଉପନିର୍ବାଚନ ଫଳାଫଳ। ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦୀପାଳି। ଝାରସୁଗୁଡାର ନୂଆ ବିଧାୟିକା ହେଲେ ଦୀପାଳି ଦାସ।

ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ବାପା ନବ ଦାସଙ୍କଠାରୁ ବିପୁଳ ଭୋଟରେ ଦୀପାଳି ଆଗୁଆ ଥିବା ସୂଚନା। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟୀ ହୋଇଥିବା ସୂଚନା ମିଳିଛି । ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି।ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଝିଅ ଦୀପାଳି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ ।