ସମ୍ବଲପୁର: ରମ୍ପେଲା ସ୍ଥିତ ସୂରଜମଲ କଲେଜ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ.ପଣ୍ଡା ପରିବେଶ ସୁରକ୍ଷା ହେଉଛି ଆମର ପ୍ରାଥମିକ ଦାୟିତ୍ଵ।ପ୍ଲାଷ୍ଟିକ ମୁକ୍ତ ଓ ନୂତନ ବୃକ୍ଷରୋପଣ କଲେ ଯାଇ ସୁସ୍ଥ ପରିବେଶ ଗଠନ କରାଯାଇପାରିବ ବୋଲି ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଅବକାରୀ
ବିଭାଗର ଅଧିକ୍ଷକ ଅଶୋକ ସେଠ୍ ଯୋଗ ଦେଇ ଏକ ସୁସ୍ଥ ସମାଜ ଗଠନରେ ଏକ ସୁସ୍ଥ ପରିବେଶର ଗୁରୁତ୍ବ ସଂପର୍କରେଆଲୋକପାତ କରିଥିଲେ । ପ୍ଲାଷ୍ଟିକ ହଟାଅ, ଜୀବନ ବଞ୍ଚାଅ-ଏହା ଉପରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଇତିମଧ୍ୟରେ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କଲେଜ ଏନ୍.ଏସ୍.ଏସ୍
ଅଧିକାରୀ ଅଧ୍ୟାପକ ଅଜୟ କୁମାର ସାହୁ । ଶେଷରେ ଅଧ୍ୟାପକ ଚିନ୍ତାମଣି ପଶାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସରରେ
ଅବକାରୀ ବିଭାଗର ଉପ-ଅଧିକ୍ଷକ ଅସିତ କୁମାର ମଲ୍ଲିକ, ବିଭାଗୀୟ ଅଧିକାରୀ ଭୈରବ ସାହୁ, କୈଳାସ ଚନ୍ଦ୍ର ଦେହୁରୀ, ସ୍ଵର୍ଣ୍ଣ ଜୟନ୍ତି ନାୟକ,ରେଙ୍ଗାଲି ବନଖଣ୍ଡ ଅଧିକାରୀ ସୁଜାତା ପଟେଲ,ବନପାଳ-ପ୍ରଶାନ୍ତ ସାହୁ, କଲେଜର କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ମହାଣା, ଅଶୋକ କୁମାର ପତି,ଜିତେଶ ରାଉତ, ଆଶିଷ ମହାଣା, ସୁରେନ୍ଦ୍ର ମଟାରୀ,ରାଜେନ୍ଦ୍ର ମିର୍ଦ୍ଧା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସୁସଂଗଠିତ ଓ ଶୃଙ୍ଖଳିତ କରିବା ଦିଗରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନଙ୍କର ବିଶେଷ ସହଯୋଗ ରହିଥିଲା।
ସୂରଜମଲ୍ କଲେଜରେବିଶ୍ଵ ପରିବେଶ ଦିବସ
