Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କ୍ୟାବିନେଟ୍‌ରେ ୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ବିଭିନ୍ନ ବିଭାଗର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପିତ ହୋଇଥିବାବେଳେ ୪ଟିକୁ ମଞ୍ଜୁରୀ ମିଳିଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ହଜାର ଶହେ କୋଟି ଅନୁମୋଦିତ କରାଯାଇଛି।

ସହରର ଭିତ୍ତିଭୂମି ଉନ୍ନତି ହେବା ସହ ନିଯୁକ୍ତି ସୃଷ୍ଟି ହେବ। ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିରେ ୫ ବର୍ଷ ପାଇଁ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ବ୍ୟୟ ବରାଦ କରାଯାଇଛି।

ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ Narcotics Control Bureau ଚନ୍ଦ୍ରଶେଖରପୁରଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧୂମୂଲ୍ୟ ବାବଦକୁ ଟ.୨,୬୦,୮୨,୦୦୦/(ଦୁଇ କୋଟି ଷାଠିଏ ଲକ୍ଷ ବୟାଅଶୀ ହଜାର) ଛାଡ଼ କରିବା ନିମନ୍ତେ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣ କରାଯିବ। ଏନେଇ ୧୫୧ କୋଟି ଟଙ୍କା ଖର୍ଚ୍ଚ ହେବ। ୬୨୬୦ ହେକ୍ଟର ଜମିରେ ଜଳସେଚନ କରାଯିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ