Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରୁ ଆମ୍ବ ଯାଉଛି କୈମ୍ବାଟୁର,ବନାରସ:ମଣ୍ଡି ନଥିବାରୁ ଉଦ୍ୟାନ ଚାଷୀ ହତାଶ

ସମ୍ବଲପୁର:କୁଚିଣ୍ଡା ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆମ୍ବ ଚାଷର ଉନ୍ନତି ଓ ବିପଣନ ବ୍ୟବସ୍ଥା ର ଆବଶ୍ୟକତା ରହିଛି l
କୁଚିଣ୍ଡା ଉପଖଣ୍ଡ ଏବଂ ପାଖପାଖି ଅଞ୍ଚଳରେ ଆମ୍ବ ଚାଷ ଦ୍ରୁତ ଗତିରେ ବଢ଼ିଛି। ଏଠାରେ ଏକ ସମୟରେ ଦେବଗଡ଼ ରାଜାଙ୍କ ତତ୍ତ୍ୱାବଧାନରେ ଉନ୍ନତ ଆମ୍ବ ବଗିଚା ସୃଷ୍ଟି ହୋଇଥିଲା, ଯାହା ଦେଖି ଅଞ୍ଚଳର ଅନ୍ୟାନ୍ୟ କୃଷକ ମାନେ ମଧ୍ୟ ଆମ୍ବ ବଗିଚା କରିବାରେ ଆଗ୍ରହୀ ହେଉଛନ୍ତି। ସରକାରୀ ପ୍ରୋତ୍ସାହନ ଓ ଉଦ୍ୟାନ ବିଭାଗର ସହଯୋଗରେ ବହୁତ ଆମ୍ବ ବଗିଚା ସୃଷ୍ଟି ହୋଇଛି ଏବଂ ଏବେ ଭଲ ଉତ୍ପାଦନ ହେଉଛି।
ବର୍ତ୍ତମାନ ଅଞ୍ଚଳର ଆମ୍ବ ବନାରସ କୈମ୍ବାଟୁର ଭଳି ଦୂର ଦୁରାନ୍ତ ରାଜ୍ୟ ଓ ସହରକୁ ଯାଉଛି। କୌଣସି ମଣ୍ଡି ବ୍ୟବସ୍ଥା ନଥିବାରୁ ବେପାରୀମାନେ ସିଧାସଳଖ ବଗିଚାରୁ ଆମ୍ବ କିଣି ନେଉଛନ୍ତି, ଫଳରେ ଚାଷୀମାନେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଏହି ଅଞ୍ଚଳର ଏକ ସଫଳ ଆମ୍ବ ଚାଷୀ ରୁଦ୍ର ପ୍ରତାପ ଦେଓ ନିଜ ଉଦ୍ୟମରେ ଭଲ ପ୍ରଜାତିର ଆମ୍ବ ଚାରା ଲଗାଇ ବନାରସ ପର୍ଯ୍ୟନ୍ତ ଟ୍ରକ୍ ଯୋଗେ ଆମ୍ବ ପଠାଇଛନ୍ତି, ଯାହା ଅଞ୍ଚଳର ଅନ୍ୟାନ୍ୟ କୃଷକଙ୍କୁ ମଧ୍ୟ ଉତ୍ସାହିତ କରିଛି।
ଅଞ୍ଚଳର ଆମ୍ବ ଚାଷୀମାନେ ଦାବି କରୁଛନ୍ତି ଯେ, ସରକାରୀ ସ୍ତରରେ ଏଠାରେ ଏକ ଆମ୍ବ ମଣ୍ଡି ବ୍ୟବସ୍ଥା କରାଯିବା ଦରକାର।
ଏହା ହେଲେ ଚାଷୀମାନେ ନ୍ୟାୟସଙ୍ଗତ ଦରରେ ତାଙ୍କ ଉତ୍ପାଦ ବିକ୍ରି କରି ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ