Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲୁଣ୍ଡି ପଞ୍ଚାୟତରେ ପ୍ରାଣୀ ଧନ ନିରୀକ୍ଷକ ପଦବୀ ଖାଲି, ସମସ୍ୟାରେ ପଶୁପାଳକ

ସମ୍ବଲପୁର:ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମ ପଞ୍ଚାୟତରେ ଗୋଧନ ଓ ପ୍ରାଣୀ ଧନ ର ଉନ୍ନତି ଏବଂ ପଶୁ ଚିକିତ୍ସା ସୁବିଧା ଦେବା ଉଦ୍ଦେଶ୍ୟରେ ପ୍ରାଣୀ ଧନ ନିରୀକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ରହିଛି। ଏହାର ପ୍ରଭାବରେ ଏଠାରେ ଥିବା ଅନେକ ଗୋପାଳକ, ଛେଳି ଚାଷୀ ଓ କୁକୁଡ଼ା ଚାଷୀ ମାନେ ଚିକିତ୍ସା ଏବଂ କୃତ୍ରିମ ପ୍ରଜନନ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ, ପ୍ରତିଷେଧକ ଟିକାକରଣ, କୃତ୍ରିମ ପ୍ରଜନନ ଓ ଅନ୍ୟାନ୍ୟ ପଶୁ ଚିକିତ୍ସା ସେବା ନ ମିଳିବାରୁ ପଶୁପାଳନ କ୍ଷେତ୍ରରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ ଉପଖଣ୍ଡ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅନେକଥର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଏହି ପରିସ୍ଥିତିରେ, ସ୍ଥାନୀୟ ଜନସାଧାରଣ ଏବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ନିକଟରେ ଲିଖିତ ଭାବେ ଦାବି ଉଠାଇଛନ୍ତି ଯେ, ଶୀଘ୍ର ଏହି ପଦବୀ ପୂରଣ କରାଯାଉ ଯାହାଫଳରେ ପଶୁପାଳକ ମାନେ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧାରୁ ଲାଭାନ୍ବିତ ହେବେ।ସ୍ଥାନୀୟ ଲୋକଙ୍କ ଦାବି, ଏହି ପଦବୀ ଶୀଘ୍ର ପୂରଣ କରାଯିବା ଦ୍ୱାରା ପଶୁପାଳନ କ୍ଷେତ୍ରରେ ନୂତନ ଉନ୍ନତି ଆସିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ