Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ ସଂଗୃହିତ

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ଓ ରାଜ୍ୟ ସରକାରଙ୍କ ସଫଳତା ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡା କଲେଜ ଆଡିଟରିଆମ୍ ରେ ଭାରତୀୟ ଜନତା ପାର୍ଟି କୁଚିଣ୍ଡା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଦଳୀୟ କର୍ମୀ, ସରକାରଙ୍କଅନୁଗାମୀଙ୍କ ସହିତ ଅନେକ ସାଧାରଣ ଜନତା ଏହି ଶିବିରରେ ରକ୍ତଦାନ କରିଥିଲେ।
କୁଚିଣ୍ଡା ନଗର ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭୂତି କଲ୍ୟାଣ ପଟେଲ, ଅରୁଣ ଅଗ୍ରୱାଲ, ସୁଶିଲ ଅଗ୍ରୱାଲ,ଶୈଲେନ୍ଦ୍ର ନାୟକ, ରାଜକୁମାର ରକସା, ଚୂଡ଼ାମଣି ମାକର,ଲିଳିମା ପଟେଲ,କୁଞ୍ଜଲତା ନାଏକ, ପଲକ୍ ପଟ୍ଟନାୟକ, ପାୟଲ ପଟ୍ଟନାୟକ ପ୍ରମୁଖ ଏଥିରେ ସହଯୋଗ କରିଥିବା ବେଳେ କୁଚିଣ୍ଡା ରକ୍ତ ଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା।ମାରୱାଡ଼ି ଯୁବ ମଂଚର ସହଯୋଗରେ ଏହା ଆୟୋଜିତ ହୋଇଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ