Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ

ସମ୍ବଲପୁର: ପ୍ରଦୀପ ଦେବତାଙ୍କ ସଭାପତିତ୍ବରେ ଗତକାଲି ଅଗ୍ରଗାମୀ ଯୁବକ ସଂଘର ସଭାକକ୍ଷରେବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ରାଜନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହଧର୍ମିଣୀ ଚାରୁଶୀଳା ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକ ତଥା ବିଶିଷ୍ଟ ସମାଜ ସେବୀ ତୁଷାର ରଞ୍ଜନ ଭଦ୍ରଙ୍କ ପବିତ୍ର ଆତ୍ମାକୁ ସଦଗତି ପ୍ରଦାନ କରିବା ପାଇଁ ଦୁଇମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ବୈଠକରେ ସଂଘର ସଦସ୍ୟତା ଗ୍ରହଣ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କ ବିଷୟରେ ବିଚାର କରାଯାଇ ଏକ ୭ ଜଣିଆ ଶୃଙ୍ଖଳା କମିଟି ମାଧ୍ୟମରେ ପ୍ରବେଶ କରାଇବା ସହିତ କେତେକ ସ୍ଥାନୀୟ ପ୍ରସଙ୍ଗ ଆଲୋଚିତ ହୋଇଥିଲା। ପ୍ରଥମତଃ, ଲାଇନ୍ ଚାଲିଗଲେ ଲିଫ୍ଟ ଓ କୋଚ ଡିସପ୍ଲେ ସିଷ୍ଟମ ବନ୍ଦ ହୋଇ ଯାଉଥିବାରୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ, ଏଥିପାଇଁ ଏକ ସ୍ବତନ୍ତ୍ର ଜେନେରେଟର ବ୍ୟବସ୍ଥା କରି ଏହାକୁ ନିରବଚ୍ଛିନ୍ନ ଚଳାଇଲେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିବ ନାହିଁ।
ଦ୍ବିତୀୟତଃ, ଦ୍ଵିତୀୟ ପ୍ଲାଟଫର୍ମରେ ଥିବା ଲିଫ୍ଟ ଓ ଫୁଟଓଭରବ୍ରିଜ୍ ର ସଂଯୋଗ ପଥରେ ପାଞ୍ଚୋଟି ସିଡି ରହିଥିବାରୁ ହ୍ଵିଲଚେୟାରରେ କୌଣସି ରୋଗୀ ବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଣୁଥିବା ବେଳେ ସମସ୍ୟା ଦେଖାଯାଇଥାଏ। ତେଣୁ, ଏହାର ନିରାକରଣ ପାଇଁ ପ୍ରୟାସ କରାଯିବ।
ତୃତୀୟତଃ, ପ୍ଲାଟଫର୍ମର ବରପାଲି ପାର୍ଶ୍ଵରେ ଆଉ ଏକ ଫୁଟ ଓଭରବ୍ରିଜ ସହିତ ରେମ୍ପ ନିର୍ମାଣ କଲେ ଯାତ୍ରୀମାନେ ସୁବିଧାରେ ଅନ୍ୟ ପ୍ଲାଟଫର୍ମକୁ ଯାଇପାରିବେ। ଚତୁର୍ଥତଃ, ଷ୍ଟେସନ ସମ୍ମୁଖ ରାସ୍ତା ଭାଙ୍ଗିଯାଇ ଗାଡଖାଲ ସୃଷ୍ଟି ହୋଇଥିବାରୁ ଯାତ୍ରୀମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି।
ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସଂଘର ପ୍ରତିନିଧିଦଳ ଡି.ଆର.ଏମଙ୍କ ସହିତ ଭେଟି ଏ ବିଷୟରେ ଆଲୋଚନା କରିବେ।
ଏହାଛଡା, ଏ ଅଞ୍ଚଳର ଦୀର୍ଘଦିନର ଦାବି – ଭୁବନେଶ୍ୱରକୁ ସକାଳୁଆ ଟ୍ରେନ ପାଇଁ ଆବଶ୍ୟକସ୍ଥଳେ ସାଂସଦଙ୍କ ସହିତ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯାଇ ପ୍ରୟାସ କରିବା ପାଇଁ ସଦସ୍ୟମାନେ ପ୍ରକାଶ କରିଥିଲେ।
ଶେଷରେ ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପ ସଭାପତି ଇନ୍ଦିରା ମହାନ୍ତି, ସମ୍ପାଦକ କମଳ ଯୋଶୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ତଥା ବରିଷ୍ଠ ସଦସ୍ୟ କିଶୋର କୁମାର ରଥ, ଭାରତ ଭୁଷଣ ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଅଭୟ କୁମାର ଭୋଇ, ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ, ଉଦ୍ଧବ ବେହେରା, ହରଦୀପ ସିଂହ, ରାମକୃଷ୍ଣ ମେହେର, ସି.ଏମ.ରାଓ, ବିଷ୍ଣୁ ପ୍ରସାଦ ଧାନୁକା, ଅମିତ କୁମାର ସାହୁ, ହରେକୃଷ୍ଣ ସାହୁ, ପ୍ରଫୁଲ୍ଲ କୁମାର ନନ୍ଦ, ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ