Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ ସିନ୍ଦୁରରେ ବଳିଦାନ ଦେଇଥିବା ବୀର ଶହୀଦ ଙ୍କ ସ୍ମୃତିରେ ବିଜେପିର ରକ୍ତଦାନ ଶିବିର

ସମ୍ବଲପୁର: ବୁର୍ଲା ଭୀମସାର ରକ୍ତ ଭଣ୍ଡାର ରେ ରକ୍ତର ଅଭାବ।ଅନୁରୋଧ ଆସିଲା ରକ୍ତଦାନ ପାଇଁ। ତୁରନ୍ତ ବାହାରି ପଡିଲା ବିଜେପି।ହୀରାକୁଦ ମଣ୍ଡଳ ଦ୍ୱାରା ଆୟୋଜନ ହେଲା ରକ୍ତଦାନ ଶିବିର।ଅପରେସନ ସିନ୍ଦୁରରେ ବଳିଦାନ ଦେଇଥିବା ବୀର ଯବାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ରକ୍ତଦାନ ଶିବିରରେ ରକ୍ତଦାତାଙ୍କ ସଂଖ୍ୟା କମ ହୋଇଥିଲେ ମଧ୍ୟ୍ୟ ସମାଜକୁ ଦେଇଛି ନୁଆଁ ବାର୍ତ୍ତା।ଅପରେସନ ସିନ୍ଦୁର ନାଁ ରେ କରାଯାଇଥିବା ଏହି ରକ୍ତଦାନ ଶିବିରରେ ବିଶିଷ୍ଟ ଚାଷୀ ନେତା ତଥା ବିଜେପିର ବରିଷ୍ଠ ନେତା ସମୀର ବାବୁ ଓ ସମ୍ବଲପୁର ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା ଯୋଗ ଦେଇଥିବା ବେଳେ ହୀରାକୁଦ ବିଜେପିର ପ୍ରଦୀପ ରାଉତ ରାୟ, ମନୋଜ ସ୍ୱାଇଁ, ଅନୁପ ମିଶ୍ର, ଜଗନ୍ନାଥ ଚୌଧୁରୀ,ସୁଧୀର ମିଶ୍ର,ଚକ୍ର ସେଠି, ଅଶ୍ୱିନୀ ସାହୁ, ପ୍ରଦୀପ ପରିଡା, କିଶୋର ସାହୁ, ସନ୍ତୋଷ ଠାକୁର,ମମତା ମୁଦୁଲି, ଶେଫାଳି ସେଠି,ସ୍ୱପ୍ନା ବାଗ, ସୁଜାତା ମହାନ୍ତି, ସଂଯୁକ୍ତା ଆଚାର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୀର ଶହୀଦଙ୍କ ପ୍ରତି ସମ୍ନାନ ପ୍ରଦର୍ଶନ କରାଯାଇଥିଲା। ସମଗ୍ର ଜିଲ୍ଲାରେ ରକ୍ତର ଘୋର ଅଭାବ ଥିବାବେଳେ ଏହି ରକ୍ତଦାନ ଶିବିର ଜୀବନ ଦାନ ପାଇଁ ଉତ୍ସର୍ଗ ମନୋଭାବର ନୁଆଁ ସମ୍ଭାବନାର ବାଟ ଦେଖାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ