Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫରେଷ୍ଟରଙ୍କ ବିବାଦୀୟ ଭାଇରାଲ୍ ଅଡିଓ ନିଜପାଇଁ ପଡିଲା ମହଙ୍ଗା,ଡ଼ିଏଫଓ କଲେ ନିଲମ୍ବନ

ସମ୍ବଲପୁର:ଏଟା ପାହାଡ଼ ଚଢ଼ା ଡିଏଫ୍ଓ ନାଇଁସେ, କାଏଁ ଡର୍ ?ଯେତେବେଲେ ନିଳାମ୍ବରମ୍ ସାର ଥିଲେ, ସେ ନ ପାହାଡ଼ ଚଢ଼ା ଲୋକ ଥିଲେ । ଏଇ ନ ପହାଡ଼ ବଢ଼ା ଲୋକ ନୁହେଁ ଅନ୍ । ଆମର ଏସିଏଫ୍ ବି ଅଧା ଦୂରେ ଅଟକିଗଲେ ।ଯଦି, ଯେତେବେଳେ ନିଳାମ୍ବରମ୍ ସାରଙ୍କୁ ଠକି କରି ନେଇ ଯାଇଛନ୍, ଏଇଟା ନ ଛାଡ଼….ଭଳି ବିଭିନ୍ନ ହାସ୍ୟତ୍ମକ କଥା କହି ସମ୍ବରପୁର ଡିଏଫଓ ଙ୍କ ଅଧିନରେ କାର୍ଯ୍ୟରତ ଜଣେ ମହିଳା ଫରଷ୍ଟର ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିବା ଅଡିଓ ଭିଡିଓ ନିଜ ପାଇଁ ପଡିଛି ମହଙ୍ଗା।
ରାତ୍ର ଜଗୁଆଳିଙ୍କୁ ସଦର ରେଞ୍ଜ୍ ଝାଙ୍କରପାଲି ଫରେଷ୍ଟର୍‌ ସୁଚରିତା ମେଣ୍ଡାଲିଙ୍କ ଦୁର୍ନୀତି ପାଠ ନିଳାମ୍ବରମ୍ ଥିବାବେଳେ ବି ଠକିଥିଲେ, ଏବେ କିଏ କଣ କରିବ? ବୋଲି ଯେଉଁ ଭରସା ସେ ରାତ୍ର ଜଗୁଆଲଙ୍କୁ ଦେଉଥିଲେ ସେହି ଭରସା ଜାଲରେ ନିଜେ ଛନ୍ଦି ହୋଇପଡି ହେଡ଼ କ୍ଵାଟର ରେ ରହିବାକୁ ଏବେ ନିର୍ଦ୍ଦେଶ ଆସିଛି।
ସୂଚନା ଯୋଗ୍ୟଯେ, ସଦର ରେଞ୍ଜ ଝାକରପାଲି ସେକ୍ସନ ମୁଣ୍ଡେଲ ବିଟ୍‌ରେ ଜଣେ ରାତ୍ର ଜଗୁଆଳିଙ୍କୁ ଦୁର୍ନୀତି କରିବାକୁ ପାଠ ପଢ଼ାଇଛନ୍ତି । ଦୁର୍ନୀତି ଧରାପଡ଼ିଥିବା ନେଇ ଭୟ କରୁଛନ୍ତି ଜଗୁଆଳି । ହେଲେ ତାଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରୁଥିଲେ ଫରେଷ୍ଟର ।ବାଉଁଶ ବୁଦା ସଂରକ୍ଷଣ ପାଇଁ ମାଟି ପଥର ରଖି ବାଉଁଶ ବୁଦାକୁ ସଂରକ୍ଷିତ ରଖାଯାଇଥାଏ। ହେଲେ ଏହା ନ କରି ଯେଣେ ତେଣେ କାମ ଚଳାଇଦେବାକୁ କହି ବାକି ସବୁ ମୋର କାମ ବୋଲି ରାତ୍ର ଜଗୁଆଳି ଙ୍କୁ ବୁଝାଇ ସେହିଁ ସର୍ବକର୍ତ୍ତା ବୋଲି ଏହି ଅଡିଓ କଳରେ କହିଥିବା ଲୋକ ଲୋଚନ କୁ ଆସିଥିଲା।ଏ ମୋବାଇଲରୁ ସେ ମୋବାଇଲ କୁ ଡେଉଁଥିବା ଏହି ଅଡିଓ କୁ ସମ୍ବଲପୁର ସଦର ଡ଼ିଏଫଓ ଜ୍ଞାତ ସାରକୁ ଯିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝାଙ୍କରପାଲି ଫରେଷ୍ଟର ସୁଚରିତା ମେଣ୍ଡାଳିଙ୍କୁ ନିଲମ୍ବନ କରାଯାଇ ଏହି ସମୟରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ରହିବାକୁ ଡ଼ିଏଫଓ ଆଦେଶ ଦେଇ ଥିବା ନୋଟିସ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ