Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ସମ୍ବଲପୁର:ଚଳିିତବର୍ଷ ରବି ଋତୁ ଧାନ କିଣାବିକା ଆରମ୍ଭ ହୋଇଯାଇଛି। ଚାଷୀ ଧାନ ଅମଳ କରି ସାରିଥିବା ବେଳେ ସରକାର ଟାର୍ଗେଟ ଦେଇନଥିବାରୁ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେଉଛି। ଏହାକୁ ପ୍ରତିବାଦ କରି ଚାଷୀ ମାନେ ମୁମ୍ବାଇ-କୋଲକାତା ୫୩ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ନିକଟରେ ରାସ୍ତାରୋକ କରିଥିଲେ । ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ ଓ ପଶ୍ଚିମ ଓଡିଶା କୃଷକ ସଂଗଠନ ସମିତି ପକ୍ଷରୁ ସକାଳ ୭ଟାରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା l ସରକାର ଧାନ କ୍ରୟ ପାଇଁ ଟାର୍ଗେଟ ବୃଦ୍ଧି କରିବାକୁ ନମାନିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଅଡ଼ି ବସିଥିଲେ। ଏଥିସହ ଡିଏଲପିସି ବୈଠକର କୌଣସି କ୍ଷମତା ନଥିବା ସହ ଭୁବନେଶ୍ୱରରୁ ସବୁ ନିଷ୍ପତି ନିଆଯାଉ ଥିବାରୁ ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି l ରାସ୍ତାରୋକ ଯୋଗୁଁ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଖବର ପାଇ ଚାଷୀଙ୍କ ଆନ୍ଦୋଳନ ସ୍ଥଳୀକୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ଚାଷୀ ମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଚାଷୀ ମାନେ ନିଜ ଜିଦ୍ ଅଟଳ ରହିଥିଲେ । ତେଣୁ ସଦର ଉପଜିଲ୍ଲାପାଳ ଡ଼ା ପୁଷ୍ପାଞ୍ଜଳି ପଣ୍ଡା ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏଥିସହ ଧାନ କିଣାବିକା ରେ କୌଣସି ଅସୁବିଧା ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ମଧ୍ୟାହ୍ନ ୧୨ଟାରେ ଆନ୍ଦୋଳନ ହଟିଥିଲେ ମଧ୍ୟ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିବା ହଜାର ହଜାର ଗାଡି ଗୁଡିକୁ ନିୟନ୍ତ୍ରଣ କରିବା ଓ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପଠାଇବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ