Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଧୁ ନଦୀ ପାଣି ପାଇଁ ପାକିସ୍ତାନ କରୁଛି ବାରମ୍ବାର ନିବେଦନ, ଭାରତ ରଖିଲା ଦୁଇଟି ସର୍ତ୍ତ

ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଭାରତ ସିନ୍ଧୁ ଜଳଚୁକ୍ତି ରଦ୍ଦ କରିଥିଲା। ଏହାପରେ ପଡୋଶୀ ଦେଶ ପାଣି ପାଇଁ ଏବେ ଡହଳବିକଳ। ଭାରତ ସିନ୍ଧୁ ନଦୀ ପାଣି ଛାଡିବାକୁ ଏବେ ସାରା ବିଶ୍ବ ଆଗରେ ଗୁହାରୀ କରୁଛି। ହେଲେ ଭାରତ କିନ୍ତୁ ପାକିସ୍ତାନକୁ ଦେଇଛି ସିଧା ଜବାବ୍। ଭାରତ କହିଛି,ସିନ୍ଧୁ ଜଳ ଚୁକ୍ତି ଉପରେ ସେତେବେଳେ କଥା ହେବୁ ଯେତେବେଳ ପର୍ଯ୍ୟନ୍ତ ଆତଙ୍କବାଦକୁ ନେଇ ଭାରତର ଚିନ୍ତାର ସମାଧାନ ନହୋଇଛି।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଜଳ ସମ୍ପଦ ସଚିବ ସୟେଦ ଅଲ୍ଲି ମୁର୍ତାଜା ବହୁବାର ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ କରିବାର ନିଷ୍ପତ୍ତି ଉପରେ ପୁନଃବିଚାର କରିବାର ନିବେଦନ କରିସାରିଛନ୍ତି। ଭାରତୀୟ ସମକକ୍ଷ ଦେବଶ୍ରୀ ମୁଖାର୍ଜୀଙ୍କୁ ଲେଖିଥିବା ଚିଠିରେ ମୁର୍ତଜା ବାରମ୍ବାର ନିଜ ସରକାରଙ୍କ ପକ୍ଷରୁ କରାଯାଇଥିବା ଆପତ୍ତି ଉପରେ ଚର୍ଚ୍ଚା କରିବାକୁ ଇଛା ବ୍ୟକ୍ତ କରିଛନ୍ତି। ତେବେ ପାକିସ୍ତାନର କୌଣସି ଚିଠି ଉତ୍ତର ଭାରତ ଦେଇ ନାହିଁ।

ଭାରତ କହିଛି ଯେ ଯେପର୍ଯ୍ୟନ୍ତ ଆତଙ୍କବାଦ ସମ୍ପର୍କରେ ନୂଆଦିଲ୍ଲୀର ଚିନ୍ତାର ସମାଧାନ ନହୁଏ ଏବଂ ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ନବୀକରଣ ନହୁଏ, ସେପର୍ଯ୍ୟନ୍ତ ପଡ଼ୋଶୀ ଦେଶ ସହିତ କୌଣସି ଆଲୋଚନାରେ ସାମିଲ ହେବ ନାହିଁ। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିଥିଲା। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୁଖାର୍ଜୀ ଏହି ନିଷ୍ପତ୍ତି ବିଷୟରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ ଅବଗତ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ