Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) ଦ୍ୱାରା କମ୍ବାଇଣ୍ଡ ଗ୍ରାଜୁଏଟ ଲେଭେଲ (CGL) ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ଜାରି

ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) ଦ୍ୱାରା କମ୍ବାଇଣ୍ଡ ଗ୍ରାଜୁଏଟ ଲେଭେଲ (CGL) ପରୀକ୍ଷା ୨୦୨୫ ପାଇଁ ଆଧିକାରିକ ବିଜ୍ଞପ୍ତି ଜୁନ ୯ ତାରିଖରେ ଜାରି କରାଯାଇଛି। ଏହି ପରୀକ୍ଷା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରେ ଗ୍ରୁପ୍ B ଏବଂ ଗ୍ରୁପ୍ C ପଦବୀ ପୂରଣ କରାଯିବ।

ଏହି ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୪,୫୮୨ଟି ପଦବୀ ପାଇଁ ନିଯୁକ୍ତି କରାଯିବ।

ପରୀକ୍ଷା ତାରିଖ ଏବଂ ସୂଚନା:

ଟାୟାର-ୱାନ୍ (Tier-I) ସହର ମାନଙ୍କରେ ଆସନ୍ତା ଅଗଷ୍ଟ ୧୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରିକ୍ଷା ଅନୁଷ୍ଟିତ ହେବ। ଏହି ପରିକ୍ଷା ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ସେହିଭଳି ଟାୟାର-ଟୁ (Tier-II) ସହର ମାନଙ୍କରେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପରିକ୍ଷା ଅନୁଷ୍ଟିତ ହେବା ନେଇ ଅନୁମାନ କରାଯାଉଛି।

ପରିକ୍ଷା ପାଇଁ ଆବେଦନ ଜୁନ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୪ ତରିଖ ଆବେଦନର ଶେଷ ତାରିଖ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଆବେଦନରେ କୌଣସି ଭୁଲ ଥିଲେ ଆପଣ ଜୁଲାଇ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଏହାକୁ ସଂଶୋଧନ କରିପାରିବେ।

କିପରି କରିବେ ଆବେଦନ:

SSCର ଆଧିକାରିକ ଓ୍ୱେବସାଇଟ୍ www.ssc.gov.in କୁ ଯାଆନ୍ତୁ। ମୁଖ୍ୟ ପୃଷ୍ଠାରେ ଥିବା “ଆବେଦନ ଲିଙ୍କ୍” ଉପରେ କ୍ଲିକ୍ କରନ୍ତୁ। ଲଗ୍-ଇନ୍ କରି ଆବେଦନ ଫର୍ମ ପୂରଣ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଫି’ ପ୍ରଦାନ କରନ୍ତୁ। ଆବେଦନ ଫର୍ମ ଜମା କରି ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ରଖନ୍ତୁ।

CGL ପରୀକ୍ଷା ପାଇଁ ଭିନ୍ନଭିନ୍ନ ଶ୍ରେଣୀଠୁ ଭିନ୍ନଭିନ୍ନ ଆବେଦନ ଫି ଧାର୍ଯ୍ୟ କରାଯାଇଛି। ସାଧାରଣ ଶ୍ରେଣୀ ପାଇଁ ୧୦୦ ଟଙ୍କା ଆବେଦନ ରାଶି ଥିବା ବେଳେ ମହିଳା, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ଜନ ଏବଂ ପୂର୍ବତନ ସୈନିକ ପ୍ରାର୍ଥୀଙ୍କ ପାଇଁ ଏହାର ଆବେଦନ ରାଶି ମାଗଣା ରହିଛି।

ସେହିଭଳି ସଂଶୋଧନ ଫି ମଧ୍ୟ ଭିନ୍ନଭିନ୍ନ ରହିଛି। ପ୍ରଥମ ସଂଶୋଧନ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଦ୍ୱିତୀୟ ସଂଶୋଧନ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଯୋଗ୍ୟତା ମାନଦଣ୍ଡ:

ଏହି ପରିକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ ରହିଛି। ସେହିଭଳି ଏହି ପରିକ୍ଷା ପାଇଁ ବୟସ ସୀମା ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ଭିନ୍ନ ଭିନ୍ନ ରହିଛି(ବିସ୍ତୃତ ବୟସ ସୀମା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି)।

ଗୁରୁତ୍ୱପୂର୍ଣ୍ଣ ପରାମର୍ଶ:

ପ୍ରାର୍ଥୀମାନେ ଆଧିକାରିକ ବିଜ୍ଞପ୍ତି PDF ଡାଉନଲୋଡ କରି ସମସ୍ତ ବିବରଣୀ ଭଲଭାବେ ଯାଞ୍ଚ କରନ୍ତୁ। ଟେକନିକାଲ ସମସ୍ୟା ଏଡ଼ାଇବା ପାଇଁ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ। ଅର୍ଥାତ ଯଥାଶୀଘ୍ର ସମ୍ଭବ ଆବେଦନ ପ୍ରକ୍ରିୟା ପୁରଣ କରନ୍ତୁ। ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରମାନେ ସିଲାବସ ଏବଂ ପୂର୍ବ ବର୍ଷର ପ୍ରଶ୍ନପତ୍ର ଅଧ୍ୟୟନ କରନ୍ତୁ। ଏ ବିଷୟରେ ଅଧିକ ସୂଚନା ପାଇଁ ଆଧିକାରିକ ଓ୍ୱେବସାଇଟ୍ www.ssc.gov.in କୁ ଯାଇ ପରିଦର୍ଶନ କରନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ