Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗାଲୁରୁରେ ଜଘନ୍ୟ ହତ୍ୟାକାଣ୍ଡ; ୧୭ ଥର ଛୁରି ଭୁସି ନିଜ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ। ହୋଟେଲ ରୁମରେ ନିଜ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରୁର ପୁରନ ପ୍ରଜନା ଲେଆଉଟ ଅଞ୍ଚଳରେ ଥିବା ଓୟୋ ହୋଟେଲରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଆଉ ସବୁଠୁ ବଡ କଥା ହେଉଛି ହତ୍ୟାର ଦୁଇଦିନ ପରେ ପୁଲିସ ମୃତ ଦେହକୁ ଜବତ କରିଛି। ମୃତକଙ୍କ ନାମ ହାରିନି(୩୩ ବର୍ଷ) ହୋଇଥିବା ବେଳେ ସେ କେଙ୍ଗେରି ଅଞ୍ଚଳର ବାସିନ୍ଧା ବୋଲି ଜଣାପଡଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ହାରିନିଙ୍କୁ ହତ୍ୟା କରିଥିବା ତାଙ୍କ ପୁରୁଷ ବନ୍ଧୁଙ୍କ ନାମ ୟସାସ(୨୫ ବର୍ଷ) ହୋଇଥିବା ବେଳେ ଉଭୟେ ସମାନ ଅଞ୍ଚଳରେ ବସବାସ କରୁଥିଲେ। ହାରିନି ନିଜ ପୁରୁଷ ବନ୍ଧୁଙ୍କଠୁ ବୟସରେ ବଡ ହେବା ସହ ବିବାହିତ ଥିଲେ। ୟସାସ ବେଙ୍ଗାଲୁରୁର ଏକ ବଡ କମ୍ପାନିରେ ସଫ୍ଟୱେୟାର ଇଂଜିନିୟର ଭାବେ କାର୍ଯ୍ୟ କରନ୍ତି। ତେବେ ଗତ ଦୁଇମାସ ହେବ ଦୁଇଜଣ ପରସ୍ପର ସହ ସମ୍ପର୍କରେ ଥିଲେ। ତେବେ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାପଡିବା ପରେ ହାରିନିଙ୍କ ସ୍ୱାମୀ ତାଙ୍କଠୁ ଫୋନ ଛଡାଇ ନେଇଥିଲେ। କିଛି ଦିନ ହେବ ହାରିନିଙ୍କ ସହ ସମ୍ପର୍କ ନହୋଇ ପାରିବାରୁ ମନେମନେ ରାଗରେ ଜଳି ଉଠିଥିଲା ୟସାସ।

ଆଉ ଖାସ୍ ଏଇଥିପାଇଁ ୟସାସ ନିଜ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା ବନେଇଥିଲା। ତେବେ ଗତ ଜୁନ ୬ ତାରିଖରେ ହାରିନି କୌଣସି ଉପାୟରେ ୟସାସଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ଥିବା ୟସାସ କଥାବର୍ତ୍ତା କରିବା ଆଳରେ ହାରିନିଙ୍କୁ ଗତ ଶୁକ୍ରବାର ଓୟୋ ହୋଟେଲକୁ ଡାକିଥିଲେ। ଉଭୟେ ହୋଟେଲରେ କିଛି ସମୟ କାଟିବା ପରେ ୟସାସ, ହାରିନିଙ୍କୁ ଛୁରି ଭୁସି ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ ହାରିନିଙ୍କ ଦେହରେ ୧୭ ଥର ଛୁରି ଭୁସିବାର କ୍ଷତ ଚିହ୍ନ ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ ହତ୍ୟକାଣ୍ଡ ଘଟାଇବା ପରେ ସେଠାରୁ ଖସିଯାଇଥିଲା। ଏକ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲର ଯାଞ୍ଚ ସମୟରେ ଦୀର୍ଘ ଦୁଇଦିନପରେ ହାରିନଙ୍କ ମୃତଦେହକୁ ଜବତ କରାଯାଇଥିଲା। ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ୟସାସକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ସେହଭଳି ଗତ ମାର୍ଚ୍ଚ ମାସରେ ମଧ୍ୟ ବେଙ୍ଗାଲୁରୁରେ ଅନୁରୁପ ଭାବେ ଆଉ ଏକ ଘଟଣା ଘଟିଥିଲା। ଯେଉଁଠି ଜଣେ ସଫ୍ଟୱେୟାର ଇଂଜିନୟର ନିଜ ପତ୍ନୀଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ହତ୍ୟା କରିଥିଲେ। ପ୍ରଥମେ ସେ ନିଜ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁନେ ଚାଲିଯାଇଥିଲେ। ପରେ ସେ ନିଜେ ବିଷ ଖାଇବା ସହ ନିଜ ପତ୍ନୀଙ୍କ ବାପା’ମାଙ୍କ ନିକଟକୁ ଫୋନ ଯୋଗେ ନିଜେ କରିଥିବା ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ