Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଉନ ହାଇସ୍କୁଲରେ ଶୋକସଭା

ସମ୍ବଲପୁର: ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ପୂର୍ବତନ ଛାତ୍ର ପ୍ରଫୁଲ୍ଲ ପ୍ରଧାନ ଓ ମଙ୍ଗଳ ମହାକୁଡ଼ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କୈଳାଶ ଚନ୍ଦ୍ର ମିସ୍ତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ଦୀନବନ୍ଧୁ ପଣ୍ଡା ଦିବଙ୍ଗତ ଆତ୍ମାର ସଦଗତି ପାଇଁ ଉପସ୍ଥିତ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ l ନୀରବ ପ୍ରାର୍ଥନା ପରେ ଗୋରେଖ ଲାଲ ଦାଶ, ପ୍ରମୋଦ କୁମାର ମିଶ୍ର, ସୁରେନ୍ଦ୍ର ମୋହନ ନାଥ ସ୍ଵର୍ଗତଃ ପ୍ରଧାନ ଓ ମହାକୁଡ଼ଙ୍କ ଗୁଣାବଳୀ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ସଭାରେ କୈଳାଶ ପଣ୍ଡା, ଅଶ୍ଵିନୀ ମହାପାତ୍ର, ଅଭେଦlନନ୍ଦ ପାଣିଗ୍ରାହୀ, ବଲରାମ ମଟାରୀ, ସୁରେନ୍ଦ୍ର ନାଏକ, ବିବେକାନନ୍ଦ ଗୁରୁ, ଲକ୍ଷ୍ମଣ ସଲିମା, ହିମାଂଶୁ ବିଶ୍ଵାଳ ଓ ସଦାନନ୍ଦ ଭାଇସଲ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ