Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଦୋକାନରୁ ଗହଣା ଚୋରି ଅଭିଯୋଗରେ ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗଣେଶ ନଗର ଠାରେ ଥିବା ଏକ ସୁନା ଦୋକାନରୁ ଗହଣା ଚୋରି ଅଭିଯୋଗରେ ପୋଲିସ ୩ଜଣକୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଗଣେଶ ନଗର ନିବାସୀ ବିଷ୍ଣୁ ନାରାୟଣ ପୃଷ୍ଟିଙ୍କ ଏକ ସୁନା ଦୋକାନ ରହିଛି । ଗତ ୭ ତାରିଖ ରାତିରେ କିଛି ଦୁର୍ବୃତ୍ତ ଦୋକାନର ସ୍କାଏ ଲାଇଟ୍ ଭାଙ୍ଗି ସୁନାଗହଣା ଚୋରି କରି ନେଇ ଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିଥିଲା। ଏହି ଘଟଣାରେ ବରପଡ଼ାର ଜିତେନ୍ ଓରାମ, ଜୟରାମଙ୍କୁ ଗିରଫ କରିଥିଲା । ଏଥିସହ ଆଉ ଜଣେ ନାବାଳକଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଥିଲା। ସେମାନଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ