Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା, ହୀରାକୁଦ ଜିଗ୍-ଜାଗ୍ ବନ୍ ଅଫ ଆର୍ଟ’ ଅନୁଷ୍ଠାନର ସଫଳତା

ସମ୍ବଲପୁର:ଗଙ୍ଗାଧର ମେହେର ପ୍ରଖ୍ୟାଳୟ ଠାରେ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ଭାରତୀୟ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଉତ୍ସାହଭରା ଭାବରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ‘ହୀରାକୁଦ ଜିଗ୍-ଜାଗ୍ ବନ୍ ଅଫ ଆର୍ଟ’ ଅନୁଷ୍ଠାନ ଯୋଗଦେଇ ଅଦ୍ୱିତୀୟ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ମନ କିଣି ନେଇଥିଲେ।
ଏହି ଅବସରରେ ସଂସ୍ଥାର ସଭାପତି କାର୍ତ୍ତିକ କଲେତ, ସୁରେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ସ୍ୱାଇଁ, ହେମନ୍ତ ବିଶ୍ୱାଳ, ପବିତ୍ର କୁମାର ମିଶ୍ର, ସୂର୍ଯ୍ୟକାନ୍ତ ପ୍ରଧାନ, ଟୁନା ତାଣ୍ଡି ଓ ଅନ୍ୟାନ୍ୟ ଅଭିଭାବକ ଓ ଶିକ୍ଷକ ଦିଗମ୍ବର ଜ୍ୟୋତିଷ ଏହି ସଫଳତାକୁ ଅଭିନନ୍ଦନ ଜଣାଇଥିଲେ। ସେମାନେ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରି, ଆଗାମୀ ଦିନରେ ଓଡ଼ିଶା ଓ ହୀରାକୁଦର ନାମ ଆହୁରି ଉଚ୍ଚ କରିବା ପାଇଁ ପ୍ରେରଣା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ