Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ସମ୍ବଲପୁର: ବୁଧବାର ଅପରାହ୍ନ ୩ ଟା ସମୟ ରେ ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁ ଙ୍କ ମନ୍ଦିର ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଉତ୍ସବ ଉଦ୍ଯାପିତ ହୋଇଯାଇଛି।
ପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଅନୁଷ୍ଠାନ ପୂର୍ବରୁ, ଆଜି ସକାଳୁ ଦ୍ଵାରା ଫିଟା, ମଇଲମ ତଡପ ଲାଗି, ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା, ରୋଷ ହୋମ, ଗୋପାଳ ବଲ୍ଲଭ, ଖେଚୁଡ଼ି ଲାଗି ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେନାପଟା ଲାଗି କରା ଯାଇ ପହଣ୍ଡି ବେଶରେ ସୁସଜ୍ଜିତ କରା ଯାଇଥିଲା। ଧାଡ଼ି ପହଣ୍ଡି ରେ ଶ୍ରୀ ବିଗ୍ରହ ମାନଙ୍କୁ ଘଣ୍ଟ, ଶଙ୍ଖ, ମୃଦଙ୍ଗ ଓ ସଙ୍କୀର୍ତ୍ତନ ସହିତ ବିଧି ପୂର୍ବକ ସ୍ନାନ ମଣ୍ଡପ କୁ ପହଣ୍ଡି ବିଜେ କରା ଯାଇଥିଲା। ତା ପରେ ପ୍ରଭୁଙ୍କୁ ଷୋଡଶ ଉପଚାର ପରେ ଶ୍ରୀ ବିଗ୍ରହ ଙ୍କୁ ଶାସ୍ତ୍ରୀୟ ବିଧିବତ ଧୁପ-ଦୀପ ଆରତି ଓ ମଙ୍ଗଳ ଘୋଷ ମଧ୍ୟରେ ୧୦୮ ରୂପା ଗରା ରେ ସୁଗନ୍ଧିତ ଜଳ ରେ ବିଧିପୂର୍ବକ ସ୍ନାନ କରାଯାଇଥିଲା।
ଏହି ପବିତ୍ର ଅବସରରେ ଗୋଟିଏ ଭକ୍ତିମୟ ଓ ସଂସ୍କୃତିମୟ ପରିବେଶ ଗଠିତ ହୋଇଥିଲା। ଶ୍ରୀ ଶ୍ରୀ ଗଜପତି ବରଣ ହୋଇଥିବା ଶ୍ରୀ ବିପିନ ବିହାରୀ ନନ୍ଦ ମହୋଦୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ସେବା କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିରର ପୂଜାରୀ ଗଣ ଓ ପଣ୍ଡିତ ମନମୋହନ ପାଣିଗ୍ରାହୀ, ପଣ୍ଡିତ ସୁବ୍ରତ ପୁରୋହିତ, ପଣ୍ଡିତ ରବିନାରାୟଣ ପଣ୍ଡା ଓ ଅନ୍ୟମାନେ ସମ୍ପୂର୍ଣ୍ଣ ଅନୁଷ୍ଠାନକୁ ବିଧିପୂର୍ବକ ଆନୁଷ୍ଠାନିକ ଭାବେ ସମ୍ପନ୍ନ କରିଥିଲେ। ତାପରେ ଶ୍ରୀ ବିଗ୍ରହଙ୍କୁ ଗଜାନନ ବେଶ ରେ ସୁସଜ୍ଜିତ କରା ଯାଇ ନୈବେଦ୍ୟ ଓ ୧୦୮ ଆଳତି କରା ଯାଇ ଥିଲା। ଏହା ରଥଯାତ୍ରା କମିଟି ର ଉପସଭାପତି ସୌରଭ ରଞ୍ଜନ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ସମ୍ପାଦନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ସଂଯୋଜକ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାଶିଷ ପୁରୋହିତ, ଉପସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର, ସହ ସମ୍ପାଦକ ଶ୍ରୀ ଆଲୋକ କୁମାର ଗୁରୁ, କୋଷାଧ୍ୟକ୍ଷ ଶ୍ରୀ ଚୈତନ୍ୟ ନାୟକ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର ନାରାୟଣ ପଣ୍ଡା, ଶ୍ରୀ ସନ୍ତୋଷ କୁମାର ଗୁରୁ, ଶ୍ରୀ ଅନିଲ କୁମାର ମିଶ୍ର, ଶ୍ରୀ ବିଷ୍ଣୁ ଗୁରୁ, ଶ୍ରୀ ନେପାଳ ମିଶ୍ର, ଶ୍ରୀ ଡେନି ପଟେଲ, ଶ୍ରୀ ମହେଶ କୁମାର ଗୁରୁ, ଶ୍ରୀ ରାଜେନ୍ଦ୍ର ନାରାୟଣ ମହାପାତ୍ର, ଶ୍ରୀମତୀ ସୁନନ୍ଦା ପୁଝାରୀ, ଶ୍ରୀମତୀ ରାସେଶ୍ୱରୀ ଗୁରୁ, ଶ୍ରୀମତୀ ସବିତା ପାଣିଗ୍ରାହୀ, ଶ୍ରୀମତୀ ଶେଫାଳୀ ରାଣୀ ଗୁରୁ ଙ୍କ ସହ ଧନୁପାଲି ଅଞ୍ଚଳ ରେ ବସବାସ କରୁଥିବା ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଉତ୍ସବ କୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ