Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁରୁ ଆସୁଥିବା ଚିଠିରୁ ହୁଏ ରାଜ୍ୟର ନୀତି ନିର୍ଦ୍ଧାରଣ-ପ୍ରଭାତୀ ପରିଡା

ସମ୍ବଲପୁର:ଗୁରୁବାର ସମ୍ବଲପୁରରେ ଆୟୋଜିତ ହୋଇଯାଇଛି ବୁଦ୍ଧିଜୀବୀ ସମାବେଶ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଛନ୍ତି ଯେ, ଏବେ ଲୋକଙ୍କ ସରକାର ଅଛି। ଗାଁରୁ ଆସୁଥିବା ଚିଠି ଅନୁସାରେ ରାଜ୍ୟରେ ନୀତି ନିର୍ଦ୍ଧାରଣ ହେଉଛି। ଗରିବର କଲ୍ୟାଣ, କୃଷକର ବିକାଶ, ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମୋହନ ଚରଣ ମାଝୀଙ୍କ ସରକାର ପ୍ରୟାସ କରୁଛନ୍ତି। ନିର୍ବାଚନରେ ୨୧ଟି ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲୁ। ଆଉ ଗୋଟିଏ ବର୍ଷ ମଧ୍ୟରେ ସବୁ ପୂରଣ କରିଛୁ ବୋଲି କହିଛନ୍ତି।
ସୂଚନା ମୁତାବକ, ମୋହନ ମାଝୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମାବେଶରେ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ସମସ୍ତ ଉନ୍ନତିକରଣ କାମ, ନୂଆଁ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ଵାର ଖୋଲାଯାଇଥିଲା। ପ୍ରତି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନାରେ ଆକାଉଣ୍ଟରେ ଟଙ୍କା ଦିଆଯାଇଛି। ବର୍ଷକୁ ୧୦ ହଜାର ଟଙ୍କା ଦେଇ ସେମାନଙ୍କ ରୋଜଗାର ବୃଦ୍ଧି କରାଯାଇଛି। ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ଏହା ଫଳରେ ପ୍ରତିଟି ପରିବାରର ଆର୍ଥିକ ସଶକ୍ତ ହୋଇଛନ୍ତି। ଆମ ସରକାରରେ କୃଷି ଓ କୃଷକକୁ ପ୍ରାଧାନ୍ୟ ଦିଆଯାଇଛି। ଯାହାକି ମୋହନ ସରକାର ଆସିବା ମାତ୍ରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଦେଲେ। ଡବଲ ଇଞ୍ଜିନ ସରକାରରେ ଚାଷୀ ହସିଲେ। ଏବେ ରାଜ୍ୟରେ କେବଳ ଭୁବନେଶ୍ଵର ନୁହେଁ ପ୍ରତି ସ୍ଥାନକୁ ଗୁରୁତ୍ଵ ଦିଆଯାଇଛି। ଯାହାକି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି। ସମ୍ବଲପୁରକୁ ପର୍ଯ୍ୟଟନ କ୍ଷେତ୍ରରେ ବିକଶିତ କରାଯାଉଛି। ପର୍ଯ୍ୟଟନ ବିକାଶ କରି ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରାଯିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ କାମ ଆରମ୍ଭ ହୋଇସାରିଛି। ମୋ ସ୍ୱପ୍ନର ସମ୍ବଲପୁର ସାଧାରଣ ଲୋକ ଦେଖିବା ଉଚିତ୍।
ଏହାସହ ପ୍ରଭାତୀ ପରିଡ଼ା କହିଛନ୍ତି, ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ୨ ସରକାରଙ୍କ ମଧ୍ୟରେ ଭଲ ସମନ୍ୱୟ ସହ ଦ୍ରୁତ ଗତିରେ ଅଭିବୃଦ୍ଧି ହେଉଛି। ରାଜ୍ୟରେ ସରକାର କରିବା ପରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲା। ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଖର୍ଚ୍ଚ କରାଯାଇଛି। ଖୁବ ଶୀଘ୍ର ଓଡ଼ିଆ ଅସ୍ମିତା ଭବନ ତିଆରି ହୋଇଛି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ନାଉରୀ ନାୟକ, ପ୍ରଫୁଲ୍ଲ ହୋତା ଉପସ୍ଥିତ ହୋଇଥିଲେ। ଏହାପରେ ମୋହନ ସରକାରଙ୍କ ଏକ ବର୍ଷ ଓ ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ହୋଇଥିବା ସଫଳ ଯୋଜନାର ହିସାବ ରଖିଥିଲେ। ଗୋଟିଏ ବର୍ଷରେ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ନାଉରୀ ନାୟକଙ୍କ ସହ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ଓ ବିଜେପୁର ବିଧାୟକ ସନତ ଗଡତିଆ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ