Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଶିଶୁଶ୍ରମ ନିରୋଧ ଦିବସ

ସମ୍ବଲପୁର:ଯୁଗ୍ମ ଶ୍ରମ ଆୟୁକ୍ତ, ସମ୍ବଲପୁର ଙ୍କ ଦପ୍ତର ପ୍ରାଙ୍ଗଣ ରେ ବିଶ୍ଵ ଶିଶୁଶ୍ରମ ନିରୋଧ ଦିବସ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ସ୍ଥାନୀୟ ଲାଲା ଲଜପତ୍ ରାୟ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ବି. ଏନ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ଅଶୋକ କୁମାର ଭୋଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତୀ ସୌମ୍ୟା ପ୍ରଧାନ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ମହେଶ୍ୱର ନାଏକ, ଭାରପ୍ରାପ୍ତ ପ୍ରଭାଗିୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ରୁଜିତ୍ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀ ଦିବ୍ୟଶଙ୍କର ଧୁରୁଆ ଉପସ୍ଥିତ ଥିଲେ l ପ୍ରଥମେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ ତଥା ସ୍ବାଗତ କରାଯାଇଥିଲା l ଏହି ଅବସରରେ ଅତିଥି ମାନେ ଏକ ଶିଶୁ ଶ୍ରମ ନିରୋଧ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ମହେଶ୍ୱର ନାଏକ ପରିଚାଳନା କରିଥିଲେ l ଶ୍ରୀ ସତ୍ରୁଜିତ ସାହୁ ବିଗତ ବର୍ଷ ମାନଙ୍କରେ ସମ୍ବଲପୁର ଜିଲ୍ଲା ରେ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ତଥା ତାର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଏହି ଅଭିଯାନ ୧୨ ଜୁନ ରୁ ୨୬ ଜୁନ, ୨୦୨୫ ପର୍ଯ୍ୟନ୍ତ ଚାଲିବ l ତତ୍ ପଶ୍ଚାତ ପ୍ରଫେସର ବି. ଏନ୍ ବେହେରା ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ସୂଚନା ପ୍ରଦାନ କରିଥିଲା l ଉକ୍ତ ସଭା ରେ ଶିଶୁ କଲ୍ୟାଣ ସମିତି, ସମ୍ବଲପୁର, ଜାତିସଂଘ ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି, ସମ୍ବଲପୁର ଜିଲ୍ଲା ସଂଯୋଜକ ଶ୍ରୀମତୀ ସୁନୀତା ତ୍ରିପାଠୀ ତଥା ଜିଲ୍ଲା ର ବିଭିନ୍ନ ନିଯୁକ୍ତି ଦାତା, ଅଂଶୀଦାର ଯଥା ଦୋକାନ ଓ ବାଣିଜ୍ୟ ଅନୁଷ୍ଠାନର ନିଯୁକ୍ତିଦାତା, ବିଡି ଓ ସିଗାର ସଂସ୍ଥାର ନିଯୁକ୍ତିଦାତା, ବିଭିନ୍ନ ଅଣସରକାରୀ ସଂଗଠନ ମଧ୍ୟରେ ସମ୍ବଲପୁର ସମନ୍ୱିତ ବିକାଶ ପ୍ରତିଷ୍ଠାନ, ଏଡ୍ ଏଟ୍ ଏକ୍ସନ୍, ସମ୍ବଲପୁର ଆଦିର ପ୍ରତିନିଧି ମାନେ ଉପସ୍ଥିତ ରହି ଶିଶୁ ଶ୍ରମିକ ନିରୋଧ ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରୀ ଦିବ୍ୟଶଙ୍କର ଧୂରୁଆ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ସହକାରୀ ଶ୍ରମ ଅଧିକାରୀ, ମିସ ପୁଷ୍ପା ମିଞ୍ଜ, ମିସ ଡୋଲେଶ୍ୱରୀ ନାଗ, ମିସ ଲିପ୍ସାରାଣୀ ପ୍ରଧାନ, ଶ୍ରୀ ବ୍ରଜେଶ କୁମାର ହୋତା, ଶ୍ରୀ ନିଖିଲେଶ ଦାଶ, ଶ୍ରୀ ମୀନକେତନ ସୁନ୍ୟାନି, ଶ୍ରୀ ପ୍ରଭାତ କୁମାର ମୁଣ୍ଡଚିନା, ଶ୍ରୀ ଯୋଗେଶ୍ୱର ବିଶି, ଶ୍ରୀ ରବି କୁମ୍ଭାର, ଶ୍ରୀ ଜିତେନ୍ଦ୍ର କୁମାର ନନ୍ଦ, ଶ୍ରୀ ଅମରେଶ ପଣ୍ଡା, ଅତାଉର ଖାଁ, ଶ୍ରୀ ସୌମ୍ୟ ରଞ୍ଜନ ସାହୁ, ଶ୍ରୀ ଅଜିତ କୁମାର ପ୍ରଧାନ ଏବଂ ଶ୍ରୀ ତ୍ରିଲୋଚନ ବାରିକ ଆଦି ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ