Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

ସମ୍ବଲପୁର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ସମ୍ବଲପୁର ଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ବିକାଶ ମେଳା। ସ୍ଥାନୀୟ ଧନକଉଡ଼ା ବ୍ଲକ ର ପଡ଼ିୟା ଠାରେ ଆୟୋଜିତ ବିକାଶ ମେଳାକୁ ପୂର୍ବତନ ବିଧାୟକ, ଶ୍ରୀ ନାଉରୀ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର
ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସମ୍ବଲପୁର ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା .ପ୍ର .ସେ ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା .ପୋ .ସେ ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ଭେଦ ଭୂଷଣ (ଭା .ପ୍ର .ସେ ),ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ପ୍ରତିନିଧି ବିଭୁତି କଲ୍ୟାଣ ପଟେଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ।
ଏହି ବିକାଶ ମେଳା ରେ ସମସ୍ତ ବ୍ଲକ ରୁ ଷ୍ଟଲ, ବିଭିନ୍ନ ବିଭାଗ ର ସୂଚନା ଶିକ୍ଷା ଯୋଗାଯୋଗ ଷ୍ଟଲ ଗୁଡ଼ିକ ସ୍ଥାନିତ ହେବା ସହିତ ବିଭିନ୍ନ କୃଷି ଉପକରଣ ଆଦି ପ୍ରଦର୍ଶନ କରାଯାଇଅଛି। ଉକ୍ତ ମେଳା ରେ ୭୧ ଟି ଷ୍ଟଲ ଅଛି। ୨୬ ଟି ଷ୍ଟଲ ସୁଭଦ୍ରା ଶକ୍ତି ଫୁଡ୍ ଫେଷ୍ଟିଭାଲ ର ଷ୍ଟଲ ଅଛି ଯୋଉଠି ସ୍ଵାଦିଷ୍ଟ ପାରମ୍ପରିକ ଖାଦ୍ୟ ଅଛି। ଏହି ବିକାଶ ମେଳା ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ