Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦୁପତ୍ର ଚୋରା ଚାଲାଣ ଅଭିଯୋଗ, ୩ଟି ଗାଡି ଜବତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୋମୁରା କେନ୍ଦୁପତ୍ର ବନବିଭାଗକୁ ଏକ ବଡ ସଫଳତା ମିଳିଛି l ଚୋରା କେନ୍ଦୁପତ୍ର ଚାଲାଣ ବେଳେ ଦୁଇ ପିକଅପ ଭ୍ୟାନ୍ ଏବଂ ଏକ ଟ୍ରକ ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ, ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଯୁଯୋମୁରା ବନ ବିଭାଗ ଏବଂ କେନ୍ଦୁପତ୍ର ବନ ବିଭାଗର ମିଳିତ ଉଦ୍ୟମରେ କୟାକୁଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘିଚାପାଲି ଗ୍ରାମରେ ଚୋରା କେନ୍ଦୁପତ୍ର ଚାଲାଣ ସକାଶେ ଦୁଇ ପିକଅପ ଭ୍ୟାନ୍ ଏବଂ ଏକ ବାର ଚକିଆ ଟ୍ରକ ଯୋଗେ ଲୋଡ ହେଉଥିବା ସମୟରେ ଅତର୍କିତ ଭାବେ ବନ ବିଭାଗ ଚଢଉ କରିଥିଲା। ସଦର ବନାନଞ୍ଚଳ ଅଧିକାରୀ ଅମିତ୍ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଭିମଖୋଜ୍ ବନପାଲଙ୍କ ଦଳ ଏବଂ ଯୁଯୋମୁରା ବନପାଲଙ୍କ ଦଳ ସହ ଯୁଯୋମୁରା କେନ୍ଦୁପତ୍ର ବନାନଞ୍ଚଳ ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ନେତୃତ୍ୱ ନେଇଥିଲେ l ପାଖାପାଖି ୧୨୪୪ କେନ୍ଦୁପତ୍ର ବିଡ଼ା ( ୬୦ କ୍ଵିଣ୍ଟାଲ ) ଜବତ କରିଥିବା ବନବିଭାଗ ତରଫରୁ ସୂଚନା ମିଳିଛି।