Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେମେଡ଼ ଛକରେ ସାର୍ବଜନିନ ଶୌଚାଳୟ ନାହିଁ ଅସୁବିଧା ଭୋଗୁଛନ୍ତି ଜନସାଧାରଣ

ସମ୍ବଲପୁର: ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଛକ ପାଖରେ ପରିଚିତ ଅଞ୍ଚଳ ହେଉଛି ସମ୍ବଲପୁର ରେମେଡ଼ ଛକ। ତେବେ ଏହି ପ୍ରମୁଖ ଅଞ୍ଚଳରେ କୈାଣସି ସାର୍ବଜନିନ ଶୌଚାଳୟ ନଥିବାରୁ ବହୁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି। ଏହି ରେମେଡ ଛକ ସମ୍ବଲପୂର ପଟକୁ ପ୍ରବେଶ କରିବାର ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଥିବାବେଳେ ଏହି ଛକ ଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ହୀରାକୁଦ ସହରକୁ ଯାଇଥାନ୍ତି। ତେବେ ଏପରି ଗୁରୁତ୍ବପୂର୍ଣ୍ଣ ଛକର କୈାଣସି ସାର୍ବଜନିନ ଶୌଚାଳୟ ନଥିବାରୁ ବିଶେଷକରି ମହିଳା ଯାତ୍ରୀଙ୍କ କ୍ଷେତ୍ରରେ ବଡ଼ ଅସୁବିଧା ସୃଷ୍ଟି ହେଉଛି। ଏନେଇ ଜନସାଧାରଣ ବାରମ୍ଵାର ଏଠାରେ ଏକ ସାର୍ବଜନିନ ଶୌଚାଳୟ ନିର୍ମାଣ କରିବାକୁ ଦାବି କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୈାଣସି ପଦକ୍ଷେପ ପ୍ରଶାସନ ପକ୍ଷରୁ ଦିଆଯାଇନାହିଁ। ଏନେଇ ଜନ ସାଧାରଣ ଆଜି ନିଜ ପ୍ରତିକ୍ରିୟା ରଖିଥିଲେ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କୈାଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ