Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେସ ଟୁ ଫେସ ନୃତ୍ୟ ଅନୁଷ୍ଠାନର ତ୍ରିଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳା

ସମ୍ବଲପୁର :ସମ୍ବଲପୁର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଫେସ ଟୁ ଫେସ ପକ୍ଷରୁ ତିନି ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ନୂତନ ଭାବେ ଓଡିଶୀ ନୃତ୍ୟ ଆରମ୍ଭ କରୁଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଏହି କର୍ମଶାଳାରେ ସାମିଲ କରାଯାଇଥିଲା।ରାଉରକେଲା ର ଗୁରୁ ଶ୍ରୀ ସୁବ୍ରତ କୁମାର ଭୂୟାଁ ଏହି କର୍ମଶାଳାରେ ଯୋଗଦାନ କରି ନୃତ୍ୟ ଶିଳ୍ପୀ ମାନଙ୍କୁ ତାଲିମ ଦେଇଥିଲେ।ଏହି କର୍ମ ଶଳା ରେ ପ୍ରାୟ ୩୦ରୁ ଉର୍ଦ୍ଧ ନୃତ୍ୟ ଶିଳ୍ପୀ ଯୋଗ ଦେଇଥିଲେ।କର୍ମଶାଳା ରେ ପ୍ରାରମ୍ଭ ରୁ ବ୍ୟୟାମ, ଚଉକ, ତ୍ରିଭଙ୍ଗ, ମଙ୍ଗଳଚରଣରେ ନମାମି ଆଦି ପ୍ରଶିକ୍ଷଣ ଦିଆଯାଇଥିଲା।ଏହି କର୍ମଶାଳାରେ ଲଳିତ ଗଉଡ଼ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ମୁଖ୍ୟ ସେହେନସା ଲକ୍ଷ୍ମଣ, ଚୈତନ୍ୟ ନାୟକ, ସୂର୍ଯ୍ୟକାନ୍ତ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ