Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକୁ ଗୁରୁତ୍ୱ :ରଥଯାତ୍ରା ଅବସରରେ ପ୍ରକାଶ ପାଇବ ବିଶେଷ ସ୍ମରଣିକା “ଦାରୁ ଦେବତା”

ସମ୍ବଲପୁର:ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉତ୍ସବକୁ ଦୃଷ୍ଟିରେ ରଖି “ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ”ର ମୁଖ୍ୟ ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ ଙ୍କ ଆବାହକତ୍ୱରେ ଧନୁପାଲି ସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ବଲପୁର ଜିଲ୍ଲାରେ ହେଉଥିବା ରଥଯାତ୍ରାର ବିଶେଷତ୍ୱ, ଐତିହ୍ୟ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ପ୍ରଚାର ପ୍ରସାର କରାଯାଇ ଏକ ବିଶେଷ ସ୍ମରଣିକା “ଦାରୁ ଦେବତା” ନାମରେ ପ୍ରକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ଗବେଷକ ଡ଼ଃ. ଶ୍ୟାମ ସୁନ୍ଦର ଧର, ବେଣୁଧର ଦାସ, ଡ଼ା. ରାଜାରାମ ଷଡ଼ଙ୍ଗୀ, ପ୍ରଶାନ୍ତ ମାଝି ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।
ବୈଠକ ପ୍ରାରମ୍ଭ ରେ ଟ୍ରଷ୍ଟ ର ସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହା ପରେ ମୁଖ୍ୟ ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ ବୈଠକ ର ଉଦ୍ଦେଶ୍ୟ ସମ୍ପର୍କ ରେ ଟ୍ରଷ୍ଟ ଦ୍ଵାରା ନିଆ ଯାଇଥିବା ନିଷ୍ପତ୍ତି ଯଥା ରଥଯାତ୍ରା ତଥା ଜଗନ୍ନାଥ ସଂସ୍କୃତି ର ପ୍ରଚାର ପାଇଁ ଟ୍ରଷ୍ଟ ତରଫ ରୁ ଏକ ବିଶେଷ ସଂସ୍କରଣ ସ୍ମରଣିକା ପ୍ରକାଶନ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ ଓ ଉକ୍ତ ଉଦ୍ଦେଶ୍ୟ କୁ ସଫଳ ଭାବେ ସମ୍ପାଦନ କରିବା ପାଇଁ ଉପସ୍ଥିତ ଅତିଥିଙ୍କୁ ସହଯୋଗ ପାଇଁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବରେ ଉପସ୍ଥିତ ଅତିଥିଗଣ ଟ୍ରଷ୍ଟର ଉଦ୍ଦେଶ୍ୟ ଓ ବିଚାର କୁ ସମ୍ମାନ ଜଣାଇ ସହଯୋଗ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହା ପରେ ବୈଠକରେ ଏହି ସ୍ମରଣିକା ର ନାମକରଣ, ସଂପାଦନା, ପ୍ରକାଶନ ଓ ବଣ୍ଟନ ବ୍ୟବସ୍ଥା ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ବିଶେଷ ଆଲୋଚନା କରାଯାଇ ସ୍ମରଣିକା ର ନାମ “ଦାରୁ ଦେବତା” ରଖିବାକୁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା। ସ୍ମରଣିକା ର ନାମକରଣ ପରେ ଟ୍ରଷ୍ଟ ର ସଭାପତି ଶ୍ରୀ ମହାପାତ୍ର ଅତିଥି ମାନଙ୍କ ସମ୍ମୁଖରେ ସ୍ମରଣିକା ପ୍ରକାଶନ ପାଇଁ ଏକ ସମ୍ପାଦକ କମିଟି ଗଠନ ପାଇଁ ପ୍ରସ୍ତାବ ରଖିଥିଲେ। ସ୍ମରଣିକା ର ସମ୍ପାଦନ ସମ୍ପର୍କ ରେ ବିଶେଷ ଆଲୋଚନା ପରେ ସ୍ମରଣିକାର ମୁଖ୍ୟ ସମ୍ପାଦକ ଭାବେ ବିଶିଷ୍ଟ ଗବେଷକ ଡ଼ଃ.ଶ୍ୟାମସୁନ୍ଦର ଧର ଓ ସମ୍ପାଦକ ଭାବେ ଡ଼ା. ରାଜାରାମ ଷଡ଼ଙ୍ଗୀ ଓ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ବେଣୁଧର ଦାସ, ପ୍ରଶାନ୍ତ ମାଝୀଙ୍କୁ ସମ୍ପାଦନା ମଣ୍ଡଳୀରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି “ଦାରୁ ଦେବତା” ବାହୁଡା଼ ଯାତ୍ରା ଅବସରରେ ୦୫/୦୭/୨୦୨୫ ଦିନ ଏକ ବିଶେଷ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯିବା ପାଇଁ ବୈଠକରେ ଘୋଷଣା କରାଯାଥିଲା।
“ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ” ତରଫରୁ ସମସ୍ତ ଜଗନ୍ନାଥ ଶ୍ରଦ୍ଧାଳୁ ଓ ଓଡ଼ିଆ ସାହିତ୍ୟ ସାଧକ ମାନଙ୍କୁ ଏହି ପବିତ୍ର ଉଦ୍ୟମରେ ଭାଗ ନେବା “ଦାରୁ ଦେବତା” ପାଇଁ ଜଗନ୍ନାଥ ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍କିତ ଲେଖା ପଠାଇବାକୁ ଆହ୍ୱାନ କରାଯାଇଛି।ଲେଖା ଗୁଡିକ ଚକିତ ମାସ ଶେଷ ସୁଦ୍ଧା ୯୪୩୭୪-୦୫୪୫୫/ମେଲ: drrajaramsarangi@gmal.com ରେ ପଠାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକ ଶେଷ ରେ ଟ୍ରଷ୍ଟ ସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ