Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଛୁଟିଦିନରେ ଲୋକସେବା ଭବନକୁ ଯାଇପାରିବେନି ଅଫିସର

ଭୁବନେଶ୍ୱର: ଏଣିକି ଛୁଟିଦିନରେ ଲୋକସେବା ଭବନରେ ଅଫିସରଙ୍କ ପ୍ରବେଶ ମନା। ଭୁବନେଶ୍ୱରର ଲୋକ ସେବା ଭବନରେ ଅଫିସରଙ୍କ ପ୍ରବେଶ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଗୃହ ବିଭାଗ କହିଛି ଯେ ଛୁଟିଦିନରେ ଲୋକ ସେବା ଭବନ ପରିସରରେ ଅବାଞ୍ଛିତ କାର୍ଯ୍ୟକଳାପର ଘଟଣା ସିସିଟିଭିରେ କଏଦ ହୋଇଛି।

ସୂଚନା ଅନୁଯାୟୀ ସଚିବାଳୟକୁ ଆସୁଥିବା କିଛି ଯୁବ ଅଧିକାରୀ ଏହି କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ତେଣୁ ଛୁଟିଦିନରେ ଅଫିସରଙ୍କ ପ୍ରବେଶକୁ ବାରଣ କରାଯାଇଛି। ଲୋକ ସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନ ପରିସରରେ ଛୁଟିଦିନମାନଙ୍କରେ ପ୍ରବେଶ କରିପାରିବେ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ