Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତ:୩ ଜୀବନ ସହ ୧୦ ପ୍ରାଣୀଧନ ଆଖିମୁଜିଲେ

ସମ୍ବଲପୁର: ଓଡ଼ିଶାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୧୦ ପ୍ରାଣୀଧନ ଆଖି ମୁଜିଛନ୍ତି। କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବରଗଡ଼ ଜିଲ୍ଲାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ଶାଳବଣି ନିକଟରେ ଓ ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଙ୍ଗିରିପୋଷି ଭୋଳାଗଡ଼ିଆ ଗାଁରେ ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼ ପଦ୍ମପୁର ବାରପାଲିଆ ଗାଁରେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ଜୀବନ ଯାଇଛି।
ସେହିପରି ଆଜି ଆପରାହ୍ଣ ପାଖାପାଖି ସାଢେ ୪ ବେଳେ ଅନ୍ତର୍ଜାମୀ ଭଏଁସା ନାମକ ଜଣେ ପ୍ରାଣୀ ଚାଷୀ ନିଜର ୩୦ ଛେଳି ଚରାଉଥିବା ବେଳେ ବଜ୍ରାଘାତ ହେବା ଫଳରେ ୧୦ ଛେଳି ପ୍ରାଣ ହରାଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ନୁଆଁବରଙ୍ଗାମାଳ ପଞ୍ଚାୟତର ସାପଲହରା ଠାରେ। ଚାଷୀ ଜଣଙ୍କ ଏନେଇ ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ