Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର:ଆଜି ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୭୪ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୬୨ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୧ଟି ସମସ୍ୟା ଗ୍ରାମୀୟ ସମସ୍ୟା,୧ଟି ସମସ୍ଯା ରେଡକ୍ରସ ର ସହାୟତା ରାଶି ନିମନ୍ତେ ଜଡିତ ଥିଲା ।୧୦ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା । ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ଠାରେ ରେଡକ୍ରସ ଅଧୀନରେ ୧ ଜଣ ହିତାଧିକାରୀଙ୍କୁ ୩୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ଠାରେ ୩ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର, ମଧୁବାବୁ ପେନସନ ଯୋଜନା ରେ ୦୩ ଜଣ ହିତାଧିକାରୀ ଙ୍କୁ ବିଧବା ଭତ୍ତା, ଏବଂ ୦୧ ହିତାଧିକାରୀ ଙ୍କୁ ଅବିବାହିତ ଭତ୍ତା, ୦୧ ହିତାଧିକାରୀ ଙ୍କୁ ଭିନ୍ନକ୍ଷମ ଭତ୍ତା, ୦୧ ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ